ଏହି ସ୍ଥାନରେ କାଳୀପୂଜାରେ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତି
ବରଷକରେ ଥରେ ଆସିଥାଏ ଏହି ଆଲୋକର ପର୍ବ ଦୀପାବଳି। ଜୀବନରୁ ଅନ୍ଧାରକୁ ଦୂର କରିବା ପାଇଁ ପ୍ରତ୍ୟେକ ମଣିଷ ଦୀପାବଳିର ଏହି ପର୍ବକୁ ଖୁବ୍ ଆନ୍ଦର୍ ସହିତ ପାଳନ କରିଥାଏ । ଏବଂ ଏହି ପୂଜାରେ ଲୋକମାନେ ନିଜ ଘରେ ଦେବୀ କାଳୀଙ୍କୁ ପୂଜା କରନ୍ତି । ସେମାନେ ରାତିରେ ମନ୍ତ୍ର ଓ ରୀତିନୀତି ସହିତ ଦେବୀଙ୍କୁ ପୂଜା କରନ୍ତି ଏବଂ ତାଙ୍କୁ ଫୁଲ, ମିଠା, ମାଛ, ମାଂସ ଏବଂ ମସୁର ଡାଲି ଅର୍ପଣ କରନ୍ତି । ପୂଜକମାନେ ରାତିସାରା ଧ୍ୟାନ କରିବେ। ଦେବୀଙ୍କୁ ଫଳ, ଚାଉଳ ଏବଂ ମସୁରରେ ତିଆରି ମିଠା ମଧ୍ୟ ଦିଆଯାଏ । କୋଲକାତା ଏବଂ ଗୁଆହାଟୀରେ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୁଏ । ଏହି ଦିନରେ ଦେବୀ କାଳୀଙ୍କୁ ଏହି ଦୁଇଟି ସ୍ଥାନରେ ଲକ୍ଷ୍ମୀ ଭାବରେ ପୂଜା କରାଯାଏ। କାଳୀ ପୂଜାର ମହତ୍ତ୍ୱ ହେଉଛି ସମସ୍ତ ଅନ୍ଧକାରକୁ ଦୂର କରିବା ଯାହାକି ଅନ୍ଧକାର ଦୂରେଇ ଯାଇ ଆଲୋକ ଆସିଥାଏ । ପୂଜକମାନେ ଯୁଦ୍ଧ, ମୃତ୍ୟୁ, ଧନ, ସ୍ୱାସ୍ଥ୍ୟ, ଶାନ୍ତି ଏବଂ ଅସୁବିଧାରୁ ରକ୍ଷା ପାଇଁ ମଆ କାଳୀ ଙ୍କୁ ପ୍ରାର୍ଥନା କରିଥାନ୍ତି ।
କୋଲକାତାରେ କାଳୀ ପୂଜା ପେଣ୍ଡାଲ : ଦୁର୍ଗା ପୂଜା ପାଳନ ପରେ କୋଲକାତା ସହରର ଦ୍ୱିତୀୟ ବୃହତ୍ତମ ପର୍ବ କାଳୀ ପୂଜା ପାଳନ କରାଯାଏ । ବିଜୟଦଶମୀ ପରେ କାଳୀ ପୂଜା ପାଇଁ ପେଣ୍ଡାଲକୁ ଫୁଲରେ ସଜା ଯାଇଥାଏ । ପ୍ରତ୍ୟେକ ଗଳି କୋଣରେ ପେଣ୍ଡାଲ୍ ରେ ମାଆ କାଳୀ ପୂଜଜା ପାଇଥାନ୍ତ । କୋଲକାତାର ସବୁଠାରୁ ପ୍ରସିଦ୍ଧ ହେଉଛି କାଳୀ ପୂଜା ।
Comments are closed.