ଦୀପାବଳିରେ କେଉଁଠି ଦୀପ ଜାଳିବା ଆବଶ୍ୟକ,ଜାଣନ୍ତୁ

ଭାରତୀୟ ସଂସ୍କୃତିରେ ଦୀପର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଏ ଆଲୋକର ପର୍ବ ରେ ସମସ୍ତେ ନିଜ ନିଜ ସୁଖ ଓ ସବୃଦ୍ଧି ପାଇଁ ଘରେ ଦୀପାବଳିରେ ଦୀପ ପ୍ରଜ୍ଜ୍ଵଳିତ କରିଥାନ୍ତି । ହିନ୍ଦୁ ଧର୍ମର ସବୁଠୁ ବଡ଼ ପର୍ବ ହେଉଛି ଦୀପାବଳି । ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ ହେଲାଣି ସାରା ସହର । ହିନ୍ଦୁ ଧର୍ମାବଲମ୍ବୀ ଲୋକେ ସୁଖ-ସମୃଦ୍ଧି ପାଇଁ ନିଜ ନିଜ ଘରେ ଦୀପ ଜାଳିଥାନ୍ତି । ଦୀପାବଳି ଦିନ ମା’ ଲକ୍ଷ୍ମୀ ଏବଂ ଶ୍ରୀ ଗଣେଶଙ୍କୁ ପୂଜା କରାଯାଏ । ଏହି ଆଲୋକର ଦିନରେ ଆମେ ଆପଣଙ୍କୁ ଏମିତି କିଛି ବିଷୟରେ ଅବଗତ କରାଇବୁ ଯାହା ଦ୍ୱାରା ଆପଣଙ୍କ ଘରେ ସୁଖ-ସମୃଦ୍ଧି ବଢ଼ିବା ସହ ଧନର ଅଭାବ ମଧ୍ୟ ରହିବ ନାହିଁ ।

୧. ଦୀପାବଳି ସନ୍ଧ୍ୟାରେ ବରଗଛ ତଳେ ଦୀପ ଜାଳନ୍ତୁ । ଦୀପ ଜାଳିବା ପରେ ପଛକୁ ବୁଲି ଚାହାଁନ୍ତୁନି । ଏମିତି କଲେ ଆପଣଙ୍କ ଜୀବନର ପ୍ରତ୍ୟେକ ସମସ୍ୟା ଦୂର ହେବ ।

୨. ଯଦି ସମ୍ଭବ ହୁଏ ତେବେ ଦୀପୀବଳି ରାତିରେ କୈାଣସି ଶ୍ମଶାନରେ ଦୀପ ଜାଳନ୍ତୁ । ଯଦି ଏହା ସମ୍ଭବ ନ ହୁଏ ତେବେ କୈାଣସି ଶୂନଶାନ ସ୍ଥାନରେ ଥିବା ମନ୍ଦିରରେ ମଧ୍ୟ ଦୀପ ଜାଳି ପାରିବେ ।

୩. ଧନପ୍ରାପ୍ତି ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ନିଜ ଘର ମୁଖ୍ୟ ଦ୍ୱାରରେ ନିଶ୍ଚୟ ଦୀପ ଜାଳନ୍ତୁ ।

୪. ଘର ଅଗଣାରେ ଥିବା ଚଉଁରାରେ ନିଶ୍ଟୟ ଦୀପ ଜାଳିବା ଉଚିଚ୍ । ଏପରି କରିବା ଦ୍ୱାରା ଘରର ସମସ୍ତ ସମସ୍ୟା ଦୂର ହୁଏ ।

୫. ଘରର ପୂଜା ଘରେ ଅଖଣ୍ଡ ଦୀପ ଜାଳନ୍ତୁ ଏଭଳି କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

୬. କୈାଣସି ବେଲ ଗଛ ତଳେ ଦୀପ ଜାଳନ୍ତୁ । ବେଲପତ୍ର ଭଗବାନ ଶିବଙ୍କର ପ୍ରିୟ ବୃକ୍ଷ । ଏହି ଗଛ ତଳେ ଦୀପ ଜାଳିଲେ ଭଗବାନ ଶିବଙ୍କ କୃପା ହୋଇଥାଏ ।

୭. ନିଜ ଘର ଆଖପାଖରେ ଥିବା ମନ୍ଦିରମାନଙ୍କରେ ଦୀପ ଜାଳନ୍ତୁ । ଏପରି କରିବ ଦ୍ୱାରା ସମସ୍ତ ଦେବା-ଦେବୀଙ୍କ କୃପା ପ୍ରାପ୍ତ ହୁଏ ।

୮. ଘର ଆଖପାଖରେ ନଦୀ ବା ପୋଖରୀ ଥିଲେ ଏଠାରେ ନିଶ୍ଚୟ ଦୀପ ଜାଳନ୍ତୁ । ଏହା କରିବା ଦ୍ୱାରା ସମସ୍ତ ଦୋଷ ଦୂର ହୁଏ ।

୯. ମା, ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ତୁଳସୀ ଗଛ ନିକଟରେ ନିଶ୍ଚୟ ଦୀପ ଜାଳନ୍ତୁ ।

୧୦. ଘରର ଦକ୍ଷିଣ କୋଣରେ ଗୟା ତୀର୍ଥ ନାମରେ ଦୀପ ଜାଳନ୍ତୁ । ଏହା କରିବା ଦ୍ୱାରା ପିତୃ ଦୋଷ ଦୂର ହୁଏ ।

Comments are closed.