ପୋଲିସ୍ ଭ୍ୟାନ୍ ପୋଡିଦେଲେ ଉତ୍ତ୍ୟକ୍ତ ଲୋକ

ଭଦ୍ରକ,୧୩ ।୧: ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ଉତ୍ତେଜିତ ହୋଇ ପୋଲିସ ଭ୍ୟାନ୍ ପୋଡିଦେଲେ ଉତ୍ତ୍ୟକ୍ତ ଲୋକେ। ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ହାଟୁଆରି ଗାଁର ଯୁବକଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ତୁମୁଳକାଣ୍ଡ ।

ସୂଚନା ମୁତାବକ, ତିହିଡ଼ି ଥାନା ହାତୁଆରି ଗାଁର ବାପି ମହାଳିକ ନାମକ ଜଣେ ଯୁବକଙ୍କୁ କୋଇଲା ଚୋରି ଅଭିଯୋଗରେ ପୋଲିସ ଆଜି ଗୋଡ଼ାଇ ଥିଲା। ଭୟଭୀତ ଅବସ୍ଥାରେ ପଳାଇ ଯାଉଥିବା ବେଳେ ବାପି ଅଲ୍ଲିନଗର ଛକରେ ଥିବା ପୋଖରୀରେ ପଡ଼ି ଯାଇଥିଲେ। ପୋଲିସ ତାଙ୍କୁ ପୋଖରୀରୁ ଉଦ୍ଧାର କରିବା ପରିବର୍ତ୍ତେ ପଳାଇ ଯାଇଥିଲା। ଏ ସମ୍ପର୍କରେ ଖବର ପାଇ ପରିବାର ଲୋକେ ପୋଖରୀରେ ଖୋଜାଖୋଜି କରିଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପୋଖରୀରୁ ବାପିଙ୍କ ମୃତଦେହ ଉଦ୍ଧାର କରିଥିଲେ। ଗାଁ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ଉତ୍ତଜନା ଆରମ୍ଭ ହୋଇଥିଲା । ଭଦ୍ରକ-ଚାନ୍ଦବାଲି ରାସ୍ତା ଅଲ୍ଲୀନଗରରେ ଶବ ରଖି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳକୁ ଆସିଥିବା ପୋଲିସ ଭ୍ୟାନକୁ ଜାଳିଦେବା ସହ ପୋଲିସକର୍ମୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକ ।

Comments are closed.