ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ

କଟକ,୧୩ ।୧: ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ଆଜି ପରଲୋକ ଘଟିଛି । କଟକ ବଡ଼ ଡାକ୍ତରଖାନାର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଆଜି ଅପରାହ୍ନ ୪ଟା ୧୫ ମିନିଟରେ ପରଲୋକ ହୋଇଥିବା ସୂଚନା ମିଳିଛି । ଏନେଇ ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ସେ ଗତ ୨୦ ଦିନ ହେବ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ତେବେ କଟକ ବକ୍ସି ବଜାରରେ ଏକ ଚା ଦୋକାନ କରି ଚଳୁଥିଲେ ପ୍ରକାଶ । ଦୋକାନରୁ ମିଳୁଥିବା ଅର୍ଥରେ ବସ୍ତି ପିଲାଙ୍କୁ ରଖି ପାଠ ପଢ଼ାଉଥିଲେ । ପ୍ରକାଶଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Comments are closed.