ଏହି ସମୟରେ ପିଲାଙ୍କର ନିଅନ୍ତୁ ଧ୍ୟାନ

ଏ ବର୍ଷ ରାଜ୍ୟରେ ପ୍ରାୟ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଗ୍ରାସ କରିଥାଏ। ଏହା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ହେଲେ ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଥାନ୍ତି ଶିଶୁମାନେ। ତେଣୁ ଏହିଦିନେ ଶିଶୁଙ୍କ ସ୍ବାସ୍ଥ୍ୟର ଯତ୍ନ କିପରି ନେବେ ସେ ସମ୍ପର୍କରେ ଜାଣିରଖନ୍ତୁ…

ପିଲାଙ୍କ ପୋଷାକକୁ ପ୍ରତିଦିନ କିଛି ସମୟ ଖରା ଦେବାକୁ ଭୁଲନ୍ତୁ ନାହିଁ। ନରମ ଏବଂ ଆରାମଦାୟକ ପୋଷାକ ପିନ୍ଧାନ୍ତୁ।

– ଯଦି ଶରୀରରେ କୌଣସି ସ୍ଥାନରେ କୁଣ୍ଡାଇହେବା କିମ୍ବା ଲାଲ୍‌ ଦାଗ ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ନଖ ଏବଂ କେଶ କାଟନ୍ତୁ: ପିଲାଙ୍କ ନଖ ବଡ଼ ହେବା ମାତ୍ରେ କାଟିଦିଅନ୍ତୁ। ସେମାନଙ୍କ ହାତ ବାରମ୍ବାର ଓଦା ହେବାକୁ ଦିଅନ୍ତୁ ନାହିଁ। ନଚେତ୍‌ ଏହାଦ୍ୱାରା ମଧ୍ୟ ଇନ୍‌ଫେକ୍ସନ୍‌ର ଆଶଙ୍କା ରହିଛି।

– ଯଦି କିଛି ତ୍ୱଚା ସମ୍ବନ୍ଧିତ ଅସୁବିଧା ଯଥା କୁଣ୍ଡେଇ ହେବା, ଫଳିଯିବା, ଲାଲ୍‌ ପଡ଼ିବା ଆଦି ଦେଖନ୍ତି ତେବେ କିଛି ନିମ୍ବପତ୍ରକୁ ବାଟି ଉକ୍ତ ସ୍ଥାନରେ ଲଗାନ୍ତୁ। ଏହି ପ୍ରାକୃତିକ ଉପାୟ ପିଲାଙ୍କ ତ୍ୱଚା ସମସ୍ୟା ସହଜରେ ଦୂର କରିଥାଏ।

– ଏହିଦିନେ କେତେକ ପିଲାଙ୍କର ଘିମିରି ସମସ୍ୟା ବି ଦେଖାଦେଇଥାଏ। ଯଦି ଆପଣଙ୍କ ପିଲା ଦେହରେ ଘିମିରି ହୋଇଛି ତେବେ ଗୋଲାପ ଜଳରେ ଅଳ୍ପ ଚନ୍ଦନ ଘୋରି ଲଗାନ୍ତୁ। ୧୫-୨୦ମିନିଟ୍‌ ରଖିବା ପରେ ପାଣିରେ ଭଲ ଭାବେ ଧୋଇ ପିଲାକୁ ପୋଛି ଦିଅନ୍ତୁ।

– ପିଲାଙ୍କ ଦେହରେ ଅଧିକ ଝାଳ ହେଉଥିଲେ ଭଲ ଭାବେ ପୋଛି ଦିଅନ୍ତୁ।

ନିୟମିତ ଗାଧେଇ ଦିଅନ୍ତୁ: ଥଣ୍ଡା ଧରିବା ଡରରେ ଅନେକେ ଏହିଦିନେ ପିଲାଙ୍କୁ ଆଦୌ ଗାଧୋଇ ଦିଅନ୍ତି ନାହିଁ। ହେଲେ ଏପରି କରିବା ଠିକ୍‌ ନୁହେଁ। ବରଂ ପିଲାଙ୍କୁ ସଫା, ଜୀବାଣୁମୁକ୍ତ, ନୀରୋଗ ରଖିବା ଲାଗି ଆବଶ୍ୟକ ମାତ୍ରାରେ ଥଣ୍ଡା ପରିବର୍ତ୍ତେ ନଖଉଷୁମ ପାଣିରେ ଗାଧୋଇ ଦିଅନ୍ତୁ।

Comments are closed.