ବଢୁଛି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟା

ନୂଆଦିଲ୍ଲୀ :ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟା ବଢିବାରେ ଲାଗିଛି। ୨୧୫ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କୁ ଡକାଇଛନ୍ତି। ଏହି ମାମଲାରେ ସେପ୍ଟେମ୍ବର ୨୬ରେ ଜ୍ୟାକଲିନ୍‌ଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବର ୧୨ରେ ଦିଲ୍ଲୀ ପୋଲିସ ମଧ୍ୟ ଅଭିନେତ୍ରୀଙ୍କୁ ପଚରାଉଚରା କରିବ।

୨୧୫ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅଭିଯୁକ୍ତ କରିଛି। ଚଳିତ ମାସ ଆରମ୍ଭରେ ତାଙ୍କ ବିରୋଧରେ ଇଡି ଏକ ଚାର୍ଜସିଟ ଦାଖଲ କରିଥିଲା।

୨ ଶହ କୋଟି ଟଙ୍କାର ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ ନାଁରେ ଇଡି ଦିଲ୍ଲୀ ହାଇକୋର୍ଟରେ ପୂର୍ବରୁ ଚାର୍ଜସିଟ ଦାଖଲ କରିଛି। ସୁକେଶଙ୍କ ଆକାଉଣ୍ଟରୁ ଜ୍ୟାକଲିନଙ୍କ ପାଖକୁ ଟଙ୍କା କାରବାର ହୋଇଥିବା ନେଇ ସୁରାକ ଇଡି ହାତରେ ମିଳିଛି। ଏପରିକି ଜ୍ୟାକଲିନଙ୍କୁ ସୁକେଶ ୫୨ ଲକ୍ଷ ଟଙ୍କାର ଘୋଡା ଏବଂ ୯ ଲକ୍ଷ ଟଙ୍କାର ଏକ ବିଲେଇ ସମେତ ୧୦ କୋଟି ଟଙ୍କାର ଉପହାର ଦେଇଥିବା ଇଡି ଚାର୍ଜସିଟରେ ଦର୍ଶାଇଛି।

Comments are closed.