ଭୃସଙ୍ଗ ପତ୍ରରେ ରହିଛି ଅନେକ ଔଷଧିୟ ଗୁଣ

ଭୃସଙ୍ଗ ଗଛକୁ ପ୍ରାୟତଃ ଲୋକ ନିଜ ଘରେ ଲଗାଇଥାନ୍ତି। ଫସଫରସ୍, କ୍ୟାଲସିୟମ୍, ଆଇରନ୍, କପର୍, ଭିଟାମିନ୍ ଏବଂ ମ୍ୟାଗ୍ନେସିୟମ୍ ପରି ନ୍ୟୁଟ୍ରିଏଣ୍ଟ୍ସ ଭୃସଙ୍ଗ ପତ୍ରରେ ମିଳିଥାଏ, ଯାହା ଶରୀରକୁ ଅନେକ ଉପାୟରେ ଲାଭ ଦେଇଥାଏ। ପ୍ରତିଦିନ ସକାଳେ ୩ ରୁ ୪ ଟି ଭୃସଙ୍ଗ ପତ୍ର ଚୋବାଇଲେ ଏହା କିପରି ଲାଭଦାୟକ ହେବ ଆସନ୍ତୁ ଜାଣିବା।

ଦୃଷ୍ଟି ଶକ୍ତି ବଢାଇଥାଏ :

ଭୃସଙ୍ଗ ପତ୍ର ଖାଇବା ଦ୍ୱାରା, ଅନ୍ଧାରକଣା କିମ୍ବା ଆଖି ସହିତ ଜଡିତ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ଦୂର ହୋଇଥାଏ। କାରଣ ଏଥିରେ ଆବଶ୍ୟକୀୟ ପୁଷ୍ଟିକର ଭିଟାମିନ୍ ଏ ମିଳିଥାଏ ଯାହା ଦୃଷ୍ଟି ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।

ମଧୁମେହ ରୋଗୀଙ୍କ ପାଇଁ ଲାଭ ଦାୟକ :

ମଧୁମେହ ରୋଗୀଙ୍କୁ ପ୍ରାୟତଃ ଭୃସଙ୍ଗ ପତ୍ର ଚୋବାଇବାକୁ ପରାମର୍ଶ ଦିଆଯାଏ। କାରଣ ଏଥିରେ ହାଇପୋଗ୍ଲାଇସେମିକ୍ ଗୁଣ ରହିଥାଏ ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ।

ହଜମ ପ୍ରକ୍ରିୟାରେ ଉନ୍ନତି :

ଭୃସଙ୍ଗ ପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ଚୋବାଇବା ଉଚିତ୍। କାରଣ ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ ଏବଂ କୋଷ୍ଠକାଠିନ୍ୟ, ଅମ୍ଳତା, ପେଟ ଫୁଲିବା ଭଳି ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ।

ଇନ୍‌ଫେକ୍ସନ୍‌ରୁ ମୁକ୍ତି :

ଭୃସଙ୍ଗ ପତ୍ରରେ ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିବାୟୋଟିକ୍ ଗୁଣ ମିଳିଥାଏ, ଯାହା ଅନେକ ପ୍ରକାରର ସଂକ୍ରମଣକୁ ରୋକିଥାଏ ଏବଂ ରୋଗ ହେବାର ଆଶଙ୍କା ଦୂର କରିଥାଏ।

ଓଜନ କମ୍ ହୋଇଥାଏ :

ଭୃସଙ୍ଗ ପତ୍ର ଓଜନ କମାଇବା ଏବଂ ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ ଇଥିଲ ​​ଏସିଟେଟ, ମହାନିମ୍ବାଇନ୍ ଏବଂ ଡିକ୍ଲୋରୋମେଟେନ୍ ଭଳି ପୋଷକ ତତ୍ତ୍ୱ ରହିଥାଏ।

Comments are closed.