ଇମ୍ରାନଙ୍କ ବଞ୍ଚିଗଲା ସମ୍ମାନ, ଆସ୍ଥା ଭୋଟରେ ମିଳିଲା ୧୭୮ ମତ
ଇସଲାମବାଦ: ପାକିସ୍ତାନରେ ଇମରାନ ଖାନଙ୍କ ସରକାର ଆସ୍ଥା ଭୋଟ ହାସଲ କରିଛନ୍ତି । ଇମରାନଙ୍କ ଖାନଙ୍କ ସପକ୍ଷରେ ୧୭୮ ଜଣ ଭୋଟ ଦେଇଥିବା ବେଳେ ମ୍ୟାଜିକ୍ ନମ୍ବର ୧୭୨ ରହିଥିଲା । ୩୪୨ ଆସନ ବିଶିଷ୍ଟ ନିମ୍ନ ସଦନରେ ମ୍ୟାଜିକ ନମ୍ବର ୧୭୨ ରହିଥିବା ବେଳେ ଇମ୍ରାନ ସେଥିରେ ବାଜି ମାରିଛନ୍ତି । ଆସ୍ଥାଭୋଟ ଆଗରୁ କକ୍ଷତ୍ୟାଗ କରିଥିଲେ ବିରୋଧୀ ମେଣ୍ଟ ପିଡିଏମ । ସିନେଟ ନିର୍ବାଚନରେ ଅର୍ଥମନ୍ତ୍ରୀ ଅବଦୁଲ ହାଫିଜ ଶେଖ ପରାସ୍ତ ହୋଇଥିଲେ । ନିମ୍ନ ସଦନରେ ସମର୍ଥନ ପ୍ରଦର୍ଶନ ପାଇଁ ଆସ୍ଥାଭୋଟ ଲୋଡିଥିଲେ ଇମ୍ରାନ ।
ତେବେ ପାକିସ୍ତାନର ୩୪୨ ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଆସେମ୍ବଲିରେ ଇମ୍ରାନ ଖାନଙ୍କ ଦଳ ପିଟିଆଇର ୧୫୭ ଜଣ ସଦସ୍ୟ ରହିଛନ୍ତି। ସେଭଳି ନଓ୍ବାଜ ସରିଫଙ୍କ ଦଳ ପିଏମଏଲ-ଏନ୍ର ୮୪ ଓ ବିଲାଓ୍ବଲ ଭୁଟୋଙ୍କ ପିପିପିର ୫୪ ସଦସ୍ୟ ଅର୍ଥାତ ମୋଟ ୧୩୮ ସଦସ୍ୟ ରହିଛନ୍ତି।
Comments are closed.