ସଙ୍କଟରେ ପାକିସ୍ତାନ ଏୟାରଲାଇନ

ଇସ୍‌ଲାମାବାଦ: ଇନ୍ଧନ ଅଭାବରୁ ସରକାରୀ ବିମାନ ଚଳାଚଳ ସଂସ୍ଥାନ ‘ପାକିସ୍ତାନ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ଲାଇନ୍‌ସ୍‌’ (ପିଆଇଏ) ଉଭୟ ଦେଶ ଭିତରେ ଓ ବିଦେଶକୁ ଚଳାଚଳ କରୁଥିବା ୪୮ଟି ବିମାନ ବାତିଲ କରିଥିବା କଥା ସମ୍ବାଦପତ୍ର ‘ଦି ଡନ୍‌’ ରିପ‌ୋର୍ଟ କରିଛି।

‘ପିଆଇଏ’ର ଜଣେ ମୁଖପାତ୍ର ପାକିସ୍ତାନୀ ସମ୍ବାଦପତ୍ର ‘ଦି ଡନ୍‌’କୁ କହିଛନ୍ତି, ଦୈନିନ୍ଦିନ ବିମାନ ଚଳାଚଳ ପାଇଁ ସୀମିତ ପରିମାଣର ଇନ୍ଧନ ଓ ପରିଚାଳନାଗତ ସମସ୍ୟା ଥିବାରୁ ବିମାନ ସବୁ ବାତିଲ କରାଯାଇଛି। କେତେକ ବିମାନର ଉଡ଼ାଣ ସମୟ ମଧ୍ୟ ପୁନର୍ନିର୍ଦ୍ଧାରଣ କରାଯାଇଛି।

ମୁଖପାତ୍ରଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ଇନ୍ଧନ ଅଭାବରୁ ଦେଶ ମଧ୍ୟରେ ଚଳାଚଳ କରୁଥିବା ୧୩ଟି ଓ ବିଦେଶକୁ ଯାତ୍ରା କରୁଥିବା ୧୧ଟି ବିମାନ ଉଡ଼ାଣ ବାତିଲ କରାଯାଇଛି। ବାକି ୧୨ଟି ବିମାନ ଉଡ଼ାଣରେ ବିଳମ୍ବ କରାଯାଇଛି।

Comments are closed.