ମିଜୋରାମ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଆଇଜଲ,: ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭାଜପା ୧୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ମିଜୋରାମର ସମସ୍ତ ୪୦ଟି ବିଧାନସଭା ଆସନ ପାଇଁ ଭୋଟ ନଭେମ୍ବର ୭ରେ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ ଡିସେମ୍ବର ୩ରେ ପ୍ରକାଶ ପାଇବ। ସୋମବାର ଭାଜପାର ବିରୋଧୀ ଦଳ କଂଗ୍ରେସ ମୋଟ ୪୦ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା।

ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ସୋମବାର କଂଗ୍ରେସ ସମସ୍ତ ୪୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳର ରାଜ୍ୟ ୟୁନିଟ ସଭାପତି ଲାଲସାୱତାଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ପ୍ରଥମେ ଦଳ ଦ୍ୱାରା ୩୯ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଲା ଏବଂ ପରେ ବିଳମ୍ବିତ ରାତିରେ ଅବଶିଷ୍ଟ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଯେଉଁ ଦିନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମିଜୋରାମ ଗସ୍ତରେ ଥିଲେ ସେହି ଦିନ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିଲା।

Comments are closed.