କାଶ୍ମୀରରେ ଦୁଇ ବିଏସଅଫ ଯବାନ ସହୀଦ

ଜମ୍ମୁ: ଆନ୍ତର୍ଜାତିକ ସୀମା ଅଞ୍ଚଳରେ ଥିବା ସୀମାନ୍ତ ପ୍ରହରୀମାନଙ୍କ ଉପରକୁ ପାକିସ୍ତାନ ରେଞ୍ଜର୍‌ମାନେ ଅକାରଣ ଗୁଳି ଚଳାଇବାରୁ ୨ଜଣ ‘ବିଏସ୍‌ଏଫ୍‌’ କର୍ମଚାରୀ ଆହତ ହୋଇଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।

ଜାରି କରିଥିବା ବିବୃତିରେ ‘ସୀମା ସୁରକ୍ଷା ବଳ’ (ବିଏସ୍‌ଏଫ୍‌) କହିଛି, ମଙ୍ଗଳବାର ସକାଳ ପ୍ରାୟ ୮.୧୫ରେ ପାକିସ୍ତାନ ରେଞ୍ଜର୍‌ମାନେ ଆର୍ଣ୍ଣିଆ ସେକ୍ଟର୍‌ ଅନ୍ତର୍ଗତ ବିକ୍ରମ ପୋଷ୍ଟ୍‌ ଉପରକୁ ଗୁଳି ଚଳାଇବାରୁ ‘ବିଏସ୍‌ଏଫ୍‌’ ଯବାନମାନେ ପାଲଟା ଗୁଳି ଚଳାଇଲେ। ଏହି ଗୁଳି ବିନିମୟରେ ୨ଜଣ ‘ବିଏସ୍‌ଏଫ୍‌’ କର୍ମଚାରୀ ଗୁଳି ଚୋଟରେ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଛି।

ବିଶେଷସୂତ୍ରରୁ ଜଣାପଡ଼ିଛି, ଏହି ଗୁଳିକାଣ୍ଡ ଘଟଣା ପାକିସ୍ତାନ୍‌ ରେଞ୍ଜର୍‌ ଆଗରେ ଉପସ୍ଥାପନ କରାଯିବା ସହିତ ସେମାନଙ୍କ ନିକଟରେ ପ୍ରତିବାଦ କରାଯିବ।

 

Comments are closed.