ଡିଜିଟାଲ ଇଣ୍ଡିଆରେ ଇଣ୍ଟରନେଟ୍ ବ୍ୟବହାର କରନ୍ତି ମାତ୍ର ୨୦% ଲୋକ

ବୈଷୟିକ ବିଜ୍ଞାନରେ ଦ୍ରୁତ ପ୍ରଗତିର ଡିଣ୍ଡିମ ପିଟୁଥିବା ଭାରତ ସରକାରଙ୍କୁ ମିଛୁଆ ପ୍ରମାଣିତ କରିଛି ଆପ୍ଟରଆକସେସ୍ : ଆଇସିଟି ରିପୋର୍ଟ । ଲନେସିଆ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ୧୫ରୁ ୬୫ ବର୍ଷ ବୟସ୍କ ଭାରତୀୟଙ୍କ ମଧ୍ୟରୁ ମାତ୍ର ୨୦% ଲୋକ ଇଣ୍ଟରନେଟ୍ ବ୍ୟବହାର କରନ୍ତି ଓ ୩୫% ଲୋକ ଜାଣନ୍ତି ନାହିଁ ଇଣ୍ଟରନେଟ୍ ଯେ କ’ଣ । ଇଣ୍ଟରନେଟ୍ ବ୍ୟବହାର କରୁଥିବା ଭାରତୀୟ ମଧ୍ୟରୁ ୨୭% ଫେସବୁକ୍ ଓ ହ୍ୱାଟ୍ସଆପ୍ ଭଳି ସୋସିଆଲ ମେଡିଆରେ ହିଁ କେବଳ ଦେଖନ୍ତି ।

Comments are closed.