ଟିମ୍ ଇଣ୍ଡିଆ ଫଟୋରେ ଅନୁଷ୍କାକୁ ନେଇ ବିବାଦ

ପୁଣିଥରେ ଅନୁଷ୍କା ଶର୍ମାଙ୍କୁ ନେଇ କ୍ରିକେଟପ୍ରେମୀଙ୍କ ମନରେ ବିବାଦ ସୃଷ୍ଟି ହୋଇଛି । ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଯୋଗ ଦେବା ପାଇଁ ଲଂଣ୍ଡନ ପହଞ୍ଚିଥିଲେ ଅନୁଷ୍କା । ସେଠାରେ ବିସିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆର ଫଟୋ ଉଠା କାର୍ଯ୍ୟକ୍ରମ ଚାଲିଥିବାବେଳେ ଅନୁଷ୍କା ମଧ୍ୟ ଉପସ୍ଥିତ ରହି ଫଟୋ ଉଠାଇଥିଲେ । ପରେ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ପରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କ୍ରିକେଟ୍ ଟିମର ଅଧିନାୟକ ବିରାଟ ଓ ଅନୁଷ୍କା ପତିପତ୍ନୀ ହୋଇଥିଲେ ମଧ୍ୟ ଅଫିସିଆଲ୍ ଟିମ୍ ସହିତ ଅନୁଷ୍କା ଫଟୋ ଉଠେଇବାକୁ ଅନେକ ପସନ୍ଦ କରୁନାହାନ୍ତି ? ଏହାକୁ ନେଇ ଏବେ ବିବାଦ ଘେରରେ ଅନୁଷ୍କା ।

Comments are closed.