ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଡିପ୍ଲୋମା ଛାତ୍ରଙ୍କ ମୃତ୍ୟୁ
ବଲାଙ୍ଗୀର, ସୁଜାତା ମିଶ୍ର : ବିଦ୍ୟୁତ କରେଣ୍ଟ ଲାଗି ଚାଲିଗଲା ଡିପ୍ଲୋମା ଛାତ୍ରଙ୍କ ଜୀବନ । ଘଟଣା ଘଟିଛି ବଲାଙ୍ଗିର ସହର ଚନ୍ଦ୍ରଶେଖର ନଗର ପଡାରେ । ଜଣକ ଘର ଛାତ ଉପରେ ବରଗଡ ଜିଲ୍ଲା ର କିଛି ୱେଲଡିଂ ମିସ୍ତ୍ରୀ ଟିଣ କାମ କରୁଥିଲେ । ପ୍ରଦୀପ ଛତର ନାମକ ଜଣେ ୱେଲଡିଂ ମିସ୍ତ୍ରୀ ନିଜର ସଂର୍ପକୀୟ ଭାଇ ହୁତେଶ୍ୱର ବାଗଙ୍କୁ କାମରେ ସାହାଯ୍ୟ କରିବା ପାଇଁ ଡାକି ଆଣିଥିଲେ । ବରଗଡ ଜିଲ୍ଲା ହୀରାପାଲି ଗାଁର ହୁତେଶ୍ୱର ହେଉଛନ୍ତି ବିକାଶ କଲେଜର ଜଣେ ଡିପ୍ଲୋମା ଛାତ୍ର । ସଂର୍ପକୀୟ ଭାଇମାନେ ଡାକିବାରୁ କାମରେ ସାହାଯ୍ୟ କରିବା ପାଇଁ ଚାଲିଆସିଥିଲେ ହୁତେଶ୍ୱର । ଗତକାଲି ସଂନ୍ଧ୍ୟାରେ ଛାତ ଉପରେ କାମ ଚାଲିଥିବା ବେଲେ ମୋବାଇଲ ଫୋନରେ କଥା ହେଉଥିଲେ ହୁତେଶ୍ୱର । କଥା ହେଉ ହେଉ ଛାତ ଉପର ଦେଇ ଯାଇଥିବା ୩୩ କେ.ଭି ବିଦ୍ୟୁତ ତାର ନିକଟକୁ ଚାଲିଆସିଥିଲେ । ଫଳରେ ଉଚ୍ଚ କ୍ଷମତା ସଂପନ୍ନ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହୁତେଶ୍ୱରଙ୍କ ଜୀବନ ଚାଲିଯାଇଥିଲା। ପରେ ଅଗ୍ନିଶମ ବାହିନୀର କର୍ମକର୍ତ୍ତା ଶବକୁ ଉଦ୍ଧାର କରିଥିଲେ । ବଲାଙ୍ଗିର ଟାଉନପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଦେବା ସହ ଅଧିକ ତଦନ୍ତ ଜାରୀ ରଖିଛନ୍ତି ।
Comments are closed.