ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ଦେଶରେ ଚିନ୍ତାଜନକ ସ୍ଥିତି

ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳର ଅହେତୁକ ଦର ବୃଦ୍ଧି ଯୋଗୁଁ ଦେଶରେ ପେଟ୍ରୋଲିୟମ୍ ଜାତ ଦ୍ରବ୍ୟ ଯଥା ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ଗତ ଏକ ସପ୍ତାହ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୨ଟଙ୍କା ଓ ଡିଜେଲ ଲିଟର ପିଛା ୧ଟଙ୍କା ୮୯ପଇସା ବୃଦ୍ଧି ପାଇଛି । ଯହାକୁ ନେଇ କେନ୍ଦ୍ର ସରକାର ଓ ତୈଳ କମ୍ପାନୀ ଚିନ୍ତା ପ୍ରକଟ କରିଛନ୍ତି । ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ଫିଛା ୭୬ଟଙ୍କା ୫୭ ପଇସା ରହିଥିବା ବେଳେ ଡିଜେଲ ୬୭ଟଙ୍କା ୮୨ପଇସା ରହିଛି । ଦେଶର ମାୟାନଗରୀ କୁହାଯାଉଥିବା ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୪ଟଙ୍କା ୪୦ପଇସା ରହିଛି । ଭେଲୋରରେ ପେଟ୍ରୋଲ ଲିଟର ପିଛା ୬୬ଟଙ୍କା ୧ପଇସା ରହିଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୫ଟଙ୍କା ୨ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୭୨ଟଙ୍କା ୩୮ପଇସା ରହିଛି । କଟକରେ ପେଟ୍ରୋଲ ଲିଟର ପିଛା ୭୫ଟଙ୍କା ୨୭ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୭୨ଟଙ୍କା ୬୩ପଇସା ରହିଛି । ପେଟ୍ରୋଲିୟମ୍ ଜାତ ଦ୍ରବ୍ୟର ଦରବୃଦ୍ଧି ନେଇ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସରକାର ଏହା ଉପରେ ଧ୍ୟାନ ରଖିବା ସହ ଖୁବ୍ ଶୀଘ୍ର ସମାଧାନର ସୂତ୍ର ବାହାର କରିବେ । ଇରାନ ଓ ଆମେରିକା ମଧ୍ୟରେ ପରମାଣୁ ଚୁକ୍ତିର ବିବାଦ ଯୋଗୁଁ ଅର୍ନ୍ତଜାତୀୟ ବଜାରରେ ପେଟ୍ରୋଲିମ୍ ଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘଟିଛି ବୋଲି ମତବ୍ୟକ୍ତ କରିଛନ୍ତି ।

Comments are closed.