ଶିଳ୍ପପତି ବଂଶୀଧର ପଣ୍ଡା ଆମୟିକ ବ୍ୟକ୍ତିତ୍ୱର ଅଧିକାରୀ

ଇମ୍ଫାର ପ୍ରତିଷ୍ଠାତା ତଥା ଓଡ଼ିଶା ଶିଲ୍ପ ଜଗତର ଭୀଷ୍ମପିତାମହ ବଂଶୀଧର ପଣ୍ଡା ଆମୟିକ, ବନ୍ଧୁବତ୍ସଳ, ପରୋପକାରୀ ସ୍ୱଭାବର ବ୍ୟକ୍ତିଥିଲେ । ଯାହା ଫଳରେ ସାଧାରଣରେ ଆଦୃତି ଲାଭ କରିପାରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ଶିଳ୍ପ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ସ୍ୱର୍ଗତ ପଣ୍ଡା ନିଜର ନୈତିକ ଶିକ୍ଷା ଓ ବିଦେଶ ଶିକ୍ଷା ଦ୍ୱାରା ନିଜକୁ ସମାଜର୍ ଜଣେ ଶ୍ରେଷ୍ଠ ବ୍ୟକ୍ତି ଭାବରେ ପ୍ରତିପାଦିତ କରିପାରିଥିଲେ । ଶିଲ୍ପ ଜଗତରେ ତାଙ୍କ ଯୋଗଦାନ ଏକ ଅପ୍ରତ୍ୟାଶିତ ଥିଲା । ସ୍ୱଗତ ପଣ୍ଡା ଆମେରିକାସ୍ଥିତ ନାସାରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆମନ୍ତ୍ରଣ କରିଥିଲେ । ସେ ରାୟଗଡା ଜିଲ୍ଲାର ଥେରୁବାଲିରେ ୧୯୬୧ରେ ରାଜ୍ୟର ସର୍ବ ବୃହତ୍ ଶିଳ୍ପାନୁଷ୍ଠାନ ଇମ୍ପା ପ୍ରତିଷ୍ଠା କରିଥିଲେ । ଯହାକି ରାଜ୍ୟ ବିକାଶରେ କିଛିମାତ୍ରାରେ ସହାୟକ ହୋଇଥିଲ।। ମଣିଷ ଜୀବନରେ ଇଶ୍ୱରଙ୍କ ଆର୍ଶୀବୀଦ ନିହାତି ଆବଶ୍ୟକ ବୋଲି ମନେ କରୁଥିଲେ । ଜୀବନର ଶେଷ ସମୟରେ ନିଜ ଜନ୍ମମାଟି ମଧୁବନରେ ଏକ ମନ୍ଦିରର ଟ୍ରଷ୍ଟି ଭାବରେ କାର୍ଯ୍ୟକରୁଥିଲେ ।

Comments are closed.