ପାରାଦୀପରେ ଉଦଯାପିତ ହେବ ମହାନଦୀ ମହାସଂଗ୍ରାମ

ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଉଦ୍‍ଯାପନ ଦିବସ ପାରାଦୀପରେ ଶୁକ୍ରବାର ପୂର୍ବାହ୍ଣ ୧୧ଟା ସମୟରେ ଅନୁଷ୍ଠିତ ହେବାକୁ ଯାଉଛି । ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବେ । ଦଳର ବହୁ ବିଧାୟକ, ସାଂସଦ ଏବଂ ପଞ୍ଚାୟତ ଓ ପୌର ସଂସ୍ଥାର ନିର୍ବାଚିତ ପ୍ରତିନିଧିଗଣ, ଚାଷୀ, ଶ୍ରମିକ, ମତ୍ସ୍ୟଜୀବୀ, ଛାତ୍ର, ମହିଳା,ବୁଦ୍ଧିଜୀବୀମାନେ ଯୋଗ ଦେବେ । ମହାନଦୀ ପାଇଁ ଜନଜାଗରଣ ସୁରକ୍ଷା ଅଭିଯାନ ଯାତ୍ରାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଇ ୧୬ ତାରିଖରେ ମହାନଦୀ ଦକ୍ଷିଣ ପାଶ୍ୱର୍ସ୍ଥିତ ଚିଖିଲି ଓ ବାମପାଶ୍ୱର୍ସ୍ଥିତ ସୁଖାଶୋଡ଼ାରୁ ଉଦ୍ଘାଟନ କରିଥିଲେ, ଏହି ଯାତ୍ରାର ଉଦଯାପନ ମଧ୍ୟ ହେବ। ପାରାଦୀପ ତଥା ଆଖପାଖ ଅଞ୍ଚଳର ବହୁ ଦଳୀୟ କର୍ମୀ ଓ ନେତା ଯୋଗଦେବେ ।

Comments are closed.