ମହାନଦୀ ମହାସଂଗ୍ରାମରରେ ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଝାରସୁଗୁଡା ସୁଖାସୋଡାରୁ ଆରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ମହାସଂଗ୍ରାମ ଯାତ୍ରାର ଆଜି ହେଉଛି ଶେଷ ଦିନ । ଟାଣ ଖରାରେ ୫୦୦ କିମି ଯାତ୍ରାରେ ସାମିଲ ହୋଇଥିବା ଓଡିଶାବାସୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଏହି ଅଭିଯାନରେ ଆଜି କେବଳ ରାଜନୀତିର ବିଷୟ ହୋଇ ରହିନାହିଁ, ଏହା ଓଡିଶାବାସୀଙ୍କ ଦୈନନ୍ଦିନ ଜୀବନ ସହ ଜଡିତ ହୋଇରହିଛି । ମହାନଦୀ ପରି ଏକ ଗୁରୁତ୍ଵପୁର୍ଣ୍ଣ ବିଷୟରେ କେନ୍ଦ୍ରର ବିଜେପି ସରକାର ଚୁପ୍ ରହିବା ଦୁଃଖର ବିଷୟ । ଓଡିଶାର ବିଜେପି ନେତାମାନେ ଛତିଶଗଡର କାମକୁ ସମର୍ଥନ କରୁଛନ୍ତି ଏବଂ ଓଡିଶାରେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଲୋକମାନେ ସେମାନଙ୍କ ଦୋମୁହାଁ ନୀତି ଜାଣି ସାରିଲେଣି । ବିଜେପି ନେତାର ଓଡିଶା ପ୍ରତି ଦରଦ ଅଛି ତେବେ ଛତିଶଗଡ ସରକାର କାମକୁ ବିରୋଧ କରନ୍ତୁ । ସେମାନେ ଛତିଶଗଡର ସରକାରକୁ ବିରୋଧ କରିପାରିବେ କି ? ବିଜୁ ଜନତା ଦଳ ସରକାର ମହାନଦୀ ପାଇଁ ସୁପ୍ରିମକୋର୍ଟ ଯାଇଥିଲା, ଯାହା ଫଳରେ ଆମ ଦାବିକୁ ଗ୍ରହଣ କରି ମହାଦନୀ ଟ୍ରିବୁନାଲ ଗଠନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଆହୁରି ମଧ୍ୟ କହିଛନ୍ତି, ପାଣି ପାଇଁ ନୁହେଁ ବରଂ ମହାନଦୀ ଜୀବନ ପାଇଁ ବିଜେଡି ଲଢୁଛି । ମହାନଦୀ ଉପରେ ନିର୍ଭର କରିଥିବା ସାତକୋଷିଆ ଚିଲିକା ଏବଂ ଭିତରକନିଆ ଆଦିର ସୁରକ୍ଷା ମଧ୍ୟ ଗୁରୁତ୍ଵପୁର୍ଣ୍ଣ ଅଟେ । ମହାନଦୀ ଉପରେ ନିର୍ଭର କରୁଥିବା ଚାଷୀ ଓ ମତ୍ସଜୀବୀଙ୍କ ଜୀବନ ଜୀବିକାର ସୁରକ୍ଷା ମଧ୍ୟ ଗୁରୁତ୍ଵପୁର୍ଣ୍ଣ । ମହାନଦୀର ସୁରକ୍ଷା ପାଇଁ ଓଡିଶାବାସୀ ଏକାଠି ହୋଇଛନ୍ତି । ମହାନଦୀ ଜରିଆରେ ଆମ ଜୀବନ ଜୀବିକା ଉପରେ ହେଉଥିବା ଆକ୍ରମଣର ଦୃଢ ଜବାବ ଦିଆଯିବ ।

ମହାନଦୀରେ ଛତିଶଗଡ଼ ଏକଚାଟିଆ ଭାବେ ବ୍ୟାରେଜ ନିର୍ମାଣ କରିବା ପ୍ରସଙ୍ଗ ଏବେ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଏହାକୁ ଏକ ବଡ଼ ପ୍ରସଙ୍ଗ ଭାବେ ନେଇ ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ଗତ ୧୬ ତାରିଖ ଦିନ ଶୁଖାସୋଢ଼ାଠାରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ଉଭୟ କେନ୍ଦ୍ର ଓ ଛତିଶଗଡ଼ର ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ ଉଭୟ ଓଡ଼ିଶା ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ। ରାଜ୍ୟର ବିଜେପି ନେତାମାନେ ରାଜ୍ୟବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ଯଦି ଓଡ଼ିଶାର ବିଜେପି ନେତାଙ୍କର ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ଦରଦ ଅଛି ତେବେ ସେମାନେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ ନିର୍ମାଣ କାର୍ଯ୍ୟକୁ ବିରୋଧ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଗତ ୧୬ ତାରିଖରେ ଆହ୍ୱାନ ଦେଇଥିଲେ । ଯାହା ଓଡ଼ିଶାର ୧୫ଟି ଜିଲ୍ଲା ଅତିକ୍ରମ କରି ପାରଦୀପରେ ଏହାର ଉଦଯାପନୀ ହୋଇଛି । ଏହି ସମାବେଶରେ ବିଧାୟକ ଦାମୋଦର ରାଉତ ଯୋଗ ଦେଇ ବିଜେପି ସରକାର ଉପରେ ବର୍ଷିଥିଲେ । ଏହି ଅବସରରେ ଅନ୍ୟ ବରିଷ୍ଠ ନେତା ଦେବୀ ମିଶ୍ର, ସଞ୍ଜୟ ଦାସର୍ବର୍ମା ପ୍ରମୂଖ ନିଜ ନିଜର ବକ୍ତବ୍ୟ ରଖିଥିଲେ।

Comments are closed.