ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ରାଜ୍ୟର ୫ ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା
ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ରାଜ୍ୟର ୫ ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା । ଆସନ୍ତା ୨୨ ମାର୍ଚ୍ଚରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡା, ଅନୁଗୁଳ ଏବଂ ଏଥି ସହିତ ୮ଟି ସହର ଯେପରିକି ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ଯାଜପୁର ରୋଡ୍, ଯାଜପୁର ଟାଉନ ଓ ଭଦ୍ରକ ସହରକୁ ମଧ୍ୟ ଲକ୍ ଡାଉନ୍ ଘୋଷଣା କରାଯାଇଛି । ୨୨ ତାରିଖ ସକାଳ ୭ ରୁ ୨୯ ତାରିଖ ରାତି ୯ ପର୍ଯ୍ୟନ୍ତ ଏହି ସବୁ ଅଂଚଳରେ ଲକ୍ ଡାଉନ୍ ଜାରି ରହିବ । ଗ୍ରସରି, ମେଡିକାଲ ଦୋକାନ, କ୍ଲିନିକ୍, କ୍ଷିର ଦୋକାନ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟ ଦୋକାନ ଖୌଲା ରହିବ । ତେବେ ଚା’ ଦୋକାନ ସବୁ ବନ୍ଦ ରହିବ । ବସ ଷ୍ଟାଣ୍ଡ୍, ବିମାନବନ୍ଦର ଖୋଲା ରହିବ । ପ୍ରଶାସନ,ପୋଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ, ଓ଼଼ଡ୍ରାଫ, ବିଦ୍ୟୁତ, ଜଳଯୋଗାଣ, ପୌରସେବା, ବ୍ୟାଙ୍କ, ଏଟିଏମ, ପେଟ୍ରୋଲ ପମ୍ପ ଖୋଲା ରହିବା ସହ ଏହି ସବୁ ସେବାକୁ ସହଯୋଗ କରୁଥିବା ବା କରୋନା ଭାଇରସକୁ ପ୍ରତିହତ କରିବା କ୍ଷେତ୍ରରେ ସହଯୋଗ କରୁଥିବା ଘରୋଇ ସଂସ୍ଥା ମଧ୍ୟ ଖୋଲା ରହିବ । ଏହି ୫ ଟି ଜିଲ୍ଲା ଓ ୮ ସହରର ସମସ୍ତ ଜିଲ୍ଲାରେ ଭତ୍ତା ବଣ୍ଟନ ଭଳି ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆପାତତଃ ସ୍ଥଗିତ କରାଯାଇଛି । ଏହି ସବୁ ଜିଲ୍ଲାକୁ ରାଜ୍ୟ ବାହାରୁ ପ୍ରାୟ ୩ ହଜାର ଉର୍ଦ୍ଧ ବ୍ୟକ୍ତି ଓଡ଼ିଶାକୁ ଫେରୁଥିବା ନେଇ ଏପରି ନିଷ୍ପତି ନିଆଯାଇଛି । ତେଣୁ ଏହି ସବୁ ଅଂଚଳକୁ ଲକ୍ ଡାଉନ୍ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି । ଏହା ସହ ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।
Comments are closed.