ଏନ. ଭି. ରମଣ ସୁପ୍ରିମକୋର୍ଟର ପରବର୍ତ୍ତୀ ସିଜେଆଇ !

ନୂଆଦିଲ୍ଲୀ : ଜଷ୍ଟିସ ଏନ.ଭି. ରମଣ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ବା ସିଜେଆଇ ହୋଇପାରନ୍ତି। ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡେ । ବରିଷ୍ଠତା ଭିତ୍ତିରେ ନିଯୁକ୍ତି ପାଇଁ ବୋବଡେ କେନ୍ଦ୍ର ସରକାରଙ୍କୁ ରମଣଙ୍କ ନାମ ସୁପାରିଶ କରିଥିବା ଜଣାପଡ଼ିଛି । ବିଚାରପତି ରମଣ ପୂର୍ବରୁ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରି ସାରିଛନ୍ତି ।

ତେବେ ଏପ୍ରିଲ ମାସ ୨୩ ତାରିଖରେ ପ୍ରଧାନ ବିଚାରପତି ବୋବଡେ ଅବସର ଗ୍ରହଣ କରିବେ । ଜଷ୍ଟିସ ବୋବଡେଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ଏହା ପୂର୍ବରୁ ସରକାର ନୂତନ ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତ କରିବେ। ସୁପ୍ରିମକୋର୍ଟର ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ହିଁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନୂତନ ସିଜେଆଇ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥାନ୍ତି।

Comments are closed.