ଅଭିନେତା ଅମୀର ଖାନ କରୋନା ପଜିଟିଭ

ମୁମ୍ବାଇ : ଦେଶରେ ଲଗାତାର ଭାବେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ କିଛିଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ ବଲିଉଡ୍ ତାରକା ଭାଇରସ କବଳରେ ପଡିଯାଇଛନ୍ତି । ନିକଟରେ ଅଭିନେତା ରଣବୀର କପୁର, କାର୍ତ୍ତିକ ଆର୍ୟନ ଓ ମନୋଜ ବାଜପେୟୀ ଭଳି ବହୁ ବଡ ବଡ ଅଭିନେତା କରୋନା ପଜିଟିଭ୍ ହୋଇଥିଲେ । ଏବେ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ସୁପରଷ୍ଟାର ଅମୀର ଖାନ୍ ।

ତେବେ ସୁଟିଂ ସମୟରେ ଅମୀର ସଂକ୍ରମଣର ଶିକାର ହୋଇଥିଲା । ପରେ ଟେଷ୍ଟ କରାଇବାରୁ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଏବେ ଗାଇଡଲାଇନ ମାନି ସେ ନିଜ ଘରେ ସଂଗରୋଧରେ ରହୁଛନ୍ତି । ଗତ କିଛି ଦିନ ତଳେ ନିର୍ଦ୍ଦେଶକ ସଂଜୟ ଲିଲା ଭନସାଲୀ ଆଗାମୀ ପ୍ରୋଜେକ୍ଟ ସୁଟିଂରେ ଅସୁସ୍ଥ ହୋଇପଡିଥିଲେ । ପରେ ଟେଷ୍ଟିଂରୁ ସେ କରୋନା ପଜିଟିଭ ଚିହ୍ଟଟ ହେବା ସହ ୟୁନିଟ କିଛି ଲୋକଙ୍କ ନମୂନା ସଂଗ୍ରହ ହୋଇଥିଲା । ହୋମ୍ କ୍ୱାରେଣ୍ଟାଇନରେ ଅମିରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ରହିଛି । ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସତର୍କ ରହିବାକୁ ଅମିର ପରାମର୍ଶ ଦେଇଛନ୍ତି ।

Comments are closed.