ଛେଳି ଚୋରକୁ ଗିରଫ କଲା ନୂଆଗାଁ ପୁଲିସ

ନୂଆଗାଁ (ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରା ଢିପି ପଞ୍ଚାୟତ ଅଭୟପୁର ଗ୍ରାମରୁ ଛେଳି ଚୋରି କରୁଥିବା ଦୁଇ ଜଣଙ୍କୁ ଗିରଫ କରିଛି ନୂଆଗାଁ ପୁଲିସ । ସୂଚନା ଅନୁଯାୟୀ ଗତ ୧୦ ତାରିଖ ଦିନ ଅଭୟପୁର ଗ୍ରାମର ତପନ ବେହେରାଙ୍କ ଛେଳି ଗ୍ରାମ୍ୟ ରାସ୍ତା ନିକଟରେ ଚରୁଥିଲେ । ସେହି ସମୟରେ ନୟାଗଡ ଥାନା ନୂଆ ଜୟପୁର ଗ୍ରାମର ସନ୍ତୋଷ ସେଠୀ ଏବଂ ଭାଟ ସାହି ଗ୍ରା ର ପୂର୍ଣ୍ଣଚନ୍ଦ୍ର ବରାଡ଼ ଏକ ୟାମହା ଫେଜର ବାଇକ୍ ନଂ ( ଓଡ଼ି- ୨୫ ଇ – ୩୯୦୭) ସାହାଯ୍ୟରେ ଛେଳି ଚୋରି କରି ନେଇଯାଇଥିଲେ । ଏ ନେଇ ତପନ ବେହେରା ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ଛେଳି ଚୋରି କରି ନେଇ ଦୁଇ ଜଣ ଗ୍ରାମ ରୁ ଚାଲିଯିବା ସମୟରେ ଗ୍ରାମବାସୀ ଦୁଇ ଜଣ ଚୋରକୁ ଧରି ନୂଆଗାଁ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ନୂଆଗାଁ ପୁଲିସ୍ ପହଞ୍ଚି ସନ୍ତୋଷ ଓ ପୂର୍ଣ୍ଣଚନ୍ଦ୍ରଙ୍କୁ ଗିରଫ କରି ନୂଆଗାଁ ଥାନା କୁ ଆଣି କେସ୍ ନଂ ୧୬୦/୨୧ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ନୂଆଗାଁ ଥାନା ଅଧିକାରୀ ବସନ୍ତ ସାହୁ ସୂଚନା ଦେଇଛନ୍ତି ।

Comments are closed.