ଗୋଟିଏ ଦିନରେ ୧୯ ପ୍ରକଳ୍ପର ଫିତା କାଟିଲେ ଜଟଣୀ ବିଧାୟକ

ଜଟଣୀ(ସଞ୍ଜୀବ କୁମାର) : ଏବେଠାରୁ ଆରମ୍ଭ ହୋଇଗଲାଣି ନିର୍ବାଚନ ତାତି । ସମସ୍ତ ରାଜନୈତିକ ଦଳର ନେତାମାନେ ଗାଁ ମୁହାଁ ହୋଇଥିବା ବେଳେ ଏହି ଦୈାଡରେ କଂଗ୍ରେସ ମଧ୍ୟ ସାମିଲ ହୋଇଛି । ଆଗକୁ ପଚାଂୟତ ନିର୍ବାଚନ ରହିଥିବାରୁ ଏବେଠାରୁ ମାହୋଲ ଗରମାଗରମ ଦେଖାଯାଇଛି । ଏହି କ୍ରମରେ ରବିବାର ଗୋଟିଏ ଦିନରେ ବିଧାୟକ ସୁରେଶ କୁମାର ରାଉତରାୟ ଜଟଣୀ ନିର୍ବାଚନ ମଣ୍ଡଳୀର ଛଣଘର ପଚାଂୟତରେ ମୋଟ ୧୯ଟି ପ୍ରକଳ୍ପର ଉଦଘାଟନ କରିଥିବା ଘଟଣା ଆଲୋଚନାର ବିଷୟ ପାଲଟିଛି । ଛଣଘର ପଚାଂୟତ ଛେଲଦା ଓ ଗୋବିନ୍ଦପୁର ଗ୍ରାମରେ ଦିର୍ଘଦିନରୁ ପାନୀୟଜଳ ଲାଗି ପାଇପ ବିଛାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଜଳଯୋଗାଣ ହୋଇପାରିନଥିଲା । ସେହିପରି ଗୋପିନାଥପୁର,ଓଗରସୂଆଁ,
ଗୋଜସାହୀ ଗ୍ରାମ ପ୍ରଭୃତିରେ ଜଳପ୍ରକଳ୍ପ ,ପଚାଂୟତ କଲ୍ୟାଣ ମଣ୍ଡପ,ମାର୍କେଟ କଂପ୍ଲେକ୍ସ, ପାଲା ମଣ୍ଡପ,କ୍ଲବ,ଭାଗବତ ଟୁଙ୍ଗି,ଅଙ୍ଗନୱାଡୀ କେନ୍ଦ୍ର ଇତ୍ୟାଦି ମୋଟ ୧୯ଟି ପ୍ରକଳ୍ପର ଉଦଘାଟନ କରିବାଲାଗି ଫିତା କାଟିଛନ୍ତି । ମୋଟ ପ୍ରକଳ୍ପର ଆନୁମାନିକ ମୂଲ୍ୟ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ ମୂଖ୍ୟ ଅତିଥୀଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଛଣଘର ସରପଚଂ ସୁନିଲ କୁମାର ରାଉତରାୟଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଟଣୀ ପୈାରପରିଷଦର ପୁର୍ବତନ ପୈାରାଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ, କ୍ୟାପ୍ଟେନ ମନ୍ମଥ ରାଉତରାୟଙ୍କ ସହିତ ଉମାକାନ୍ତ ଘଡାଇ,ବସନ୍ତ ସାହୁ, ଭରତ ଭଟ,ସୁଭରଂଜନ ନାୟକ, ଧନୁର୍ଜୟ ଛୋଟରାୟ, କଣ୍ଡୁରୀ ବେହେରା, କ୍ଷେତ୍ରମୋହନ ନାୟକ,ପ୍ରଫୁଲ ରାଉତରାୟ,ସୁଧାକର ପାଇକରାୟ, ବାଳକୃଷ୍ଣ ସ୍ୱାଇଁ,ଦୀନବନ୍ଧୁ ବେହେରାଙ୍କ ସମେତ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

Comments are closed.