ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

୨୦୨୪ ସାଧାରଣ ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ନିକଟରେ ତାରିଖ ଘୋଷଣା ହେବା ପରେ ଆଜି ନାମାଙ୍କନ ଦାଖଲ, ପ୍ରତ୍ୟାହାର ଏବଂ ପ୍ରାର୍ଥୀପତ୍ର ଯାଞ୍ଚ ନେଇ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି।

ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୧୯ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ୨୭ରେ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ।

ବିହାରରେ ହୋଲି ପାଳନର ସ୍ୱତନ୍ତ୍ରତା ଥିବାରୁ ଏଠାରେ ନାମାଙ୍କନ ଭରିବାର ଶେଷ ତାରିଖ ମାର୍ଚ୍ଚ ୨୮କୁ ଧାର୍ଯ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବିହାରର ୪୦ଟି ସିଟ୍ ମଧ୍ୟରୁ ଚାରିଟିରେ ମତଦାନ ହେବ।

ସେହିପରି ମାର୍ଚ୍ଚ ୨୮ରେ ନାମାଙ୍କନପତ୍ର ଯାଞ୍ଚ କରାଯିବାକୁ ଥିବାବେଳେ ବିହାର ପାଇଁ ଏହା ମାର୍ଚ୍ଚ ୩୦କୁ ଧାର୍ଯ୍ୟ କରାଯାଇଛି। ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୨୦ ଥିବାବେଳେ ବିହାର ପାଇଁ ଏପ୍ରିଲ୍ ୨।

Comments are closed.