ପଶ୍ଚିମବଙ୍ଗରେ ଆରମ୍ଭ ହେଲା ନିର୍ବାଚନୀ ହିଂସା

ପଶ୍ଚିମବଙ୍ଗ କୁଚବିହାରରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଟିଏମସି କର୍ମୀ । ଦିନହାଟାରେ କେନ୍ଦ୍ରମନ୍ତ୍ରୀ ତଥା କୁଚବିହାରରୁ ବିଜେପିର ଲୋକସଭା ପ୍ରାର୍ଥୀ ନିଶିଥ ପ୍ରମାଣିକଙ୍କ ଗାଡ଼ିକୁ ଅଟକାଇ, ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି ।

ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ଟିଏମସି ନେତା ଉଦୟନ ଗୁହର ଦିନହାଟା ପୌରାଧ୍ୟକ୍ଷ ଗୌରୀଶଙ୍କର ମାହେଶ୍ୱରୀଙ୍କ ଘରୁ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେଇ ଗତକାଲି ଫେରୁଥିଲେ। ଉକ୍ତ ସମୟରେ ବିପରୀତ ଦିଗରୁ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଆସୁଥିଲା। ଏହି ସମୟରେ କୌଣସି କାରଣରୁ ଉଭୟ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ଟିଏମ୍‌ସି କର୍ମୀ ନିଶିଥ ପ୍ରମାଣିକଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରିଥିଲେ। ଏଥିଯୋଗୁ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।

Comments are closed.