ପୋଷାକ କଲର କହିବ ଆମିଷ ଓ ନିରାମିଷ

ଭେଜ୍ ବା ଶୁଦ୍ଧ ନିରାମିଷ ଖାଉଥିବା ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ସେବା ଆରମ୍ଭ କରିଥିବା ଜୋମାଟୋ ଏହାକୁ ବଦଳାଇ ଦେଇଛି। ଏଣିକି ଆଉ ନିରାମିଷ ଖାଦ୍ୟ ବିତରଣ ପାଇଁ ବିତରକମାନଙ୍କୁ ସବୁଜ ରଙ୍ଗର ପୋଷାକ ପିନ୍ଧିବାକୁ ପଡ଼ିବନି। ପୂର୍ବୋପରି ସବୁ ପ୍ରକାର ଅର୍ଡର ପାଇଁ ଡେଲିଭରି ବଏ ଲାଲ୍ ରଙ୍ଗର ଡ୍ରେସ୍ ପିନ୍ଧିବେ ବୋଲି ସିଇଓ ଦୀପିନ୍ଦର ଗୋୟଲ କହିଛନ୍ତି।

ପ୍ରକାଶ ଥାଉ କି, ନିକଟରେ ଶୁଦ୍ଧ ନିରାମିଶ ଖାଦ୍ୟ ଅର୍ଡର କରୁଥିବା ଗ୍ରାହକଙ୍କ ପାଇଁ ଜୋମାଟୋ ଏକ ସ୍ୱତନ୍ତ୍ର ସେବା ଆରମ୍ଭ କରିଥିଲା। ଯେଉଁଥିରେ ଭେଜ୍ ଅର୍ଡର୍ ଡେଲିଭର ପାଇଁ ବିତରକମାନେ ଶବୁଜ ରଙ୍କର ପୋଷାକ ଏବଂ ଶବୁଜ ରଙ୍ଗରେ ବାକ୍ସରେ ଖାଦ୍ୟ ନେବେ ବୋଲି କମ୍ପାନୀ କହିଥିଲା। ମାର୍ଚ୍ଚ ୧୯ରେ କମ୍ପାନୀର ସିଇଓ ଦୀପିନ୍ଦର ଗୋୟଲ ଏକ୍ସ ପୋଷ୍ଟ କରି ଏହି ସେବା ଆରମ୍ଭ କରିବାକୁ ଘୋଷଣା କରିଥିଲେ।

ଦୀପିନ୍ଦର କହିଥିଲେ, ସେ ତାଙ୍କର ଶୁଦ୍ଧ ଶାକାହାରୀ ଗ୍ରାହକଙ୍କ ପାଇଁ ଏକ ଶୁଦ୍ଧ ଭେଜ୍ ରେସ୍ତୋରାଁରୁ ଖାଦ୍ୟ ବିତରଣର ବିକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ଦେଶରେ ବହୁ ସଂଖ୍ୟାରେ ଲୋକ ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଉଛନ୍ତି, ଯେଉଁମାନେ ଶୁଦ୍ଧତା ଉପରେ ବିଶେଷ ଧ୍ୟାନ ଦିଅନ୍ତି। ଏଥିପାଇଁ ଶାକାହାରୀ ଗ୍ରାହକଙ୍କୁ ଶୁଦ୍ଧ ନିରାମିଷ ଖାଦ୍ୟ ଯୋଗାଇବା ପାଇଁ ଜୋମାଟୋ ଗ୍ରୀନ୍ ଫ୍ଲାଇଟ୍ ଆରମ୍ଭ କରିଥିଲା।

Comments are closed.