ଶ୍ରୀମନ୍ଦିର ସୁରକ୍ଷା ପାଇଁ ବାହାରିଲା ବିଜ୍ଞପ୍ତି

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ସୁରକ୍ଷା ବାଟାଲିଆନ୍‌ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବୁଧବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ସ୍ପେସାଲ୍‌ ବାଟାଲିୟାନ୍‌ର ବିଭିନ୍ନ ବର୍ଗ ପାଇଁ ୧,୦୮୩ ନୂଆ ପଦବୀ ସୃଷ୍ଟି ହୋଇଛି। ଏହି ବାଟାଲିଆନ୍‌ ପୁରୀ ଏସ୍‌ପିଙ୍କ ଅଧୀନ ଏବଂ ନିର୍ଦ୍ଦେଶାନୁସାରେ କାର୍ଯ୍ୟ କରିବ।

ଏହି ନୂଆ ବାଟାଲିଆନ ପଦବୀ ପୂରଣ ହେବା ପରେ ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ସୁରକ୍ଷା ପାଇଁ ପୂର୍ବରୁ ସିଂହଦ୍ୱାର ଥାନା ପୋଲିସ ଅଧୀନରେ ଥିବା ୧୩୯ ଆର୍ମଡ ପୋଲିସ ରିଜର୍ଭ (ଏପିଆର୍‌) ପଦବୀକୁ ଉଚ୍ଛେଦ କରାଯିବ। ଏହି ନୂଆ ପଦବୀ ନିଯୁକ୍ତି ନିୟମ ଏବଂ ଓଡ଼ିଶା ରିଜର୍ଭେଶନ ଅଫ୍‌ ଭାକାନ୍‌ସିସ୍‌ ଆଇନ ଅନୁସାରେ ପୂରଣ ହେବ।

Comments are closed.