ଭାରତ କିଣିବ ଡ୍ରୋନ

ଭାରତ କିଣିବ ଅତ୍ୟାଧୁନିକ ଡ୍ରୋନ । ଏହି ଏମକ୍ୟୁ-ନାଇନ୍ ବି ଡ୍ରୋନ କିଣିବାକୁ ହୋଇଥିବା ଚୁକ୍ତିକୁ ଆମେରିକା ଅନୁମତି ଦେଇଛି । ଏଥିପାଇଁ ପାଖାପାଖି ୪ବିଲିୟନ ଆମେରିକୀୟ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୪ଶହ କୋଟି ଟଙ୍କା ଖର୍ଚ୍ଚ ହେବ ।

 

ଏହି ଚୁକ୍ତି ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବଢ଼ିବ । ବିନା ଚାଳକରେ ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ ନଜର ରଖିବ ଏହି ଡ୍ରୋନ । ଉଚ୍ଚ ପାହାଡ଼ ଉପରେ ଏବଂ ସମୁଦ୍ର ଉପରେ ତୀକ୍ଷ୍ମ ନଜର ରଖିବ ଏହି ଏମକ୍ୟୁ-ନାଇନ୍ ବି ଡ୍ରୋନ । ଚୀନ୍ ସୀମାରେ ଭାରତୀୟ ସେନା ପକ୍ଷରୁ ଏହାକୁ ମୁତୟନ କରାଯାଇପାରେ । ଏହାସହ ସମୁଦ୍ର ସୀମାରେ ମଧ୍ୟ ଏହି ଡ୍ରୋନ ଦ୍ୱାରା ସର୍ଭିଲେନ୍ସ ବଢ଼ାଇବାକୁ ଭାରତୀୟ ସେନା ଯୋଜନା କରୁଛି । ଏହି ଡ୍ରୋନ ପ୍ରାୟ ୩୫ଘଂଟା ଉଡ଼ିପାରିବ । ସମ୍ପୂର୍ଣ୍ଣ ଭାବରେ ରିମୋର୍ଟ କଂଟ୍ରୋଲ ଦ୍ୱାରା ହେବ ପରିଚାଳିତ । ଆମେରିକା ଠାରୁ ଭାରତ ୩୧ଟି ଏମକ୍ୟୁ-ନାଇନ୍ ବି ଡ୍ରୋନ କିଣିବ ଭାରତ । ଗସ୍ତ ବର୍ଷ ଜୁନ୍ ମାସରେ ମୋଦୀଙ୍କ ଆମେରିକା ଗସ୍ତ ବେଳେ ଡ୍ରୋନ କିଣିବା ପାଇଁ ପ୍ରସ୍ତାବ ଦେଇଥିଲା ଭାରତ । ଏବେ ବାଇଡେନ ପ୍ରଶାସନ ଏହି ଚୁକ୍ତିକୁ ଅନୁମତି ଦେଇଛି ।

Comments are closed.