କେବଳ ମୁହଁ ନୁହେଁ ହାତ ଓ ପାଦକୁ ମଧ୍ୟ ଦରକାର ଯତ୍ନ
ଭୁବନେଶ୍ୱର: ସୁନ୍ଦର ଦେଖାଯିବା କାହାକୁ ବା ପସନ୍ଦ ନୁହେଁ । କିନ୍ତୁ ବ୍ୟସ୍ତତା ଭିତରେ ଆମେ ସବୁକିଛି ଭୁଲିଯାଉ । ତେବେ ସୁନ୍ଦର ଦେଖାଯିବା ପାଇଁ କେବଳ ମୁହଁ ନୁହେଁ ବରଂ ହାତ ଓ ପାଦର ଧ୍ୟାନ ରଖିବା ନିତ୍ୟାନ୍ତ ଆବଶ୍ୟକ । ତେଣୁ ଏଥିପାଇଁ କିଛି ଘରୋଇ ଉପାୟରେ କିପରି ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ଉପଚାର କରିବେ ଜାଣି ରଖନ୍ତୁ ।
– ହାତ ପାଦକୁ ଅଧିକ ମୁଲାୟମ କରିବା ପାଇଁ ମହୁ ଓ ଗାଜରରେ ତିଆରି ଏକ ପ୍ୟାକ୍ ଲଗାନ୍ତୁ । ଏଥିପାଇଁ ଗାଜରକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ । ଏବେ ଏହି ପେଷ୍ଟରେ ସମାନ ମାତ୍ରାରେ ମହୁ ମିଶାଇ ହାତ ଓ ପାଦରେ ଲଗାନ୍ତୁ । ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଏହି ପେଷ୍ଟକୁ ଲଗାଇ ଛାଡ଼ି ଦିଅନ୍ତୁ । ଏହା ପରେ ସ୍କ୍ରବ୍ କରି ଉଷୁମ ପାଣିରେ ଧୋଇ ଦିଅନ୍ତୁ ।
– ୨ ଚାମଚ ଦହି ସହିତ ୨ ଚାମଚ ମହୁ ଓ ୧ ଚାମଚ ଅଲିଭ୍ ଅଏଲ ମିଶାଇ ହାତରେ ଲଗାନ୍ତୁ । ୨୦ ମିନିଟ୍ ପର୍ଯ୍ୟନ୍ତ ଏହି ମିଶ୍ରଣକୁ ଲଗାଇ ମାଲିସ୍ କରନ୍ତୁ । କିଛିଦିନ ପରେ ହାତର ତ୍ୱଚା ବହୁତ ସୁନ୍ଦର ଦେଖାଯିବ ।
– ହାତରେ ଆଳୁ ମାସ୍କ ଲଗାଇଲେ ତ୍ୱଚା ବହୁତ ସୁନ୍ଦର ଦେଖାଯିବ । ଏଥିପାଇଁ ଆଳୁକୁ ବାଟି ସେଥିରେ ଅଲିଭ୍ ଅଏଲ ମିଶାଇ ପ୍ରତିଦିନ ୧୫ ମିନିଟ୍ ପର୍ଯ୍ୟନ୍ତ ଲଗାନ୍ତୁ । କିଛିଦିନ ପରେ ହାତର ତ୍ୱଚା ଅଧିକ କୋମଳ ହୋଇଯିବ ।
– ହାତ ପାଦରେ ନଡ଼ିଆତେଲ ମଧ୍ୟ ଲଗାଇପାରିବେ । ନଡ଼ିଆତେଲ ସହ ବଟରକୁ ଭଲଭାବେ ମିଶାଇ ସେଥିରେ କିଛି କଞ୍ଚାକ୍ଷୀର ମିଶାନ୍ତୁ । ଏହି ମିଶ୍ରଣକୁ ଅତି କମରେ ୫ ମିନିଟ୍ ପର୍ଯ୍ୟନ୍ତ ମସାଜ କରନ୍ତୁ । ମସାଜ କରିବା ପରେ ୧୦ ମିନିଟ୍ ଛାଡ଼ି ଦିଅନ୍ତୁ । ତା’ପରେ ହାତ ଧୋଇଦିଅନ୍ତୁ ।
Comments are closed.