ଜାତୀୟ ଯନ୍ତ୍ରୀ ଦିବସ: ଆଜିର ଦିନର ରହିଛି ବିଶେଷ ମହତ୍ୱ

ଆଜି ହେଉଛି ଜାତୀୟ ଯନ୍ତ୍ରୀ ଦିବସ । ତେବେ କ’ଣ ଓ କାହା ଉଦେଶ୍ୟ ପାଳନ ହୋଇଥାଏ ଆସନ୍ତୁ ଜାଣିବା ସେ ବିଶିଷ୍ଟ ବ୍ୟକ୍ତିଙ୍କ ସଂପର୍କରେ । ସମଗ୍ର ଭାରତରେ ସେପ୍ଟେମ୍ବର ୧୫ ତାରିଖକୁ ଜାତୀୟ ଯନ୍ତ୍ରୀ ଦିବସ ଭାବେ ପାଳନ କରାଯାଉଛି । ଦେଶର ଉନ୍ନତିରେ ଯନ୍ତ୍ରୀଙ୍କ ଭୂମିକାକୁ ମନେପକାଇବା ଲାଗି ଇଂ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରୟାଙ୍କ ଜନ୍ମଦିନରେ ଯନ୍ତ୍ରୀ ଦିବସ ପାଳତି ହୁଏ ।

୧୮୬୦ ସେପ୍ଟେମ୍ବର ୧୫ରେ କର୍ଣ୍ଣାଟକ କୋଲାବା ଜିଲ୍ଲାର ଏକ ନିପଟ ମଫସଲ ଗାଁରେ ସେ ଜନ୍ମଗ୍ରହଣ କରିଥିଲେ । ଏକାଧାରରେ ସେ ଜଣେ ସ୍ଥପତି, ଅର୍ଥନୀତିଜ୍ଞ, ସୁଦକ୍ଷ ପ୍ରଶାସକ ଥିଲେ । ବମ୍ବେ ବିଶ୍ୱବିଦ୍ୟାଳର ସର୍ବଶ୍ରେଷ୍ଠ ଇଞ୍ଜିନିୟରିଂ ଗ୍ରାଜୁଏଟ ଭାବେ ବିଶେଶ୍ୱରୟାଙ୍କୁ ସେହି ବର୍ଷ ୧୮୮୪ମସିହାରେ ବମ୍ବେ ପ୍ରଦେଶର ପୂର୍ତ୍ତ ବିଭାଗରେ ସରକାରୀ ଯନ୍ତ୍ରୀ ଭାବରେ ନିଯୁକ୍ତି ମିଳିଲା । ବମ୍ବେ ଭଳି ଏକ ଜନବହୁଳ ନଗରର ରାସ୍ତାଘାଟ, ପାନୀୟ ଜଳ, ପରିମଳ ବ୍ୟବସ୍ଥାର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ଦୂରଦୃଷ୍ଟି ସହ ଖୁବ ସଫଳତାର ସହ ନିର୍ବାହ କରିଥିଲେ । ନିଜ ଜୀବନ କାଳରେ ବହୁ ସମ୍ମାନର ଅଧିକାରୀ ସେ ହୋଇଛନ୍ତି ।

ବ୍ରିଟିଶ ସରକାର ତାଙ୍କୁ ସମ୍ମାନଜନକ ସାର୍ ଉପାଧିରେ ଭୂଷିତ କରିଥିବା ବେଳେ ୧୯୫୫ ମସିହାରେ ଭାରତ ସରକାର ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ଉପାଧିରେ ଭୂଷିତ କରିଥିଲା । ତାଙ୍କ ଅବଦାନକୁ ସ୍ମରଣ କରିବା ଲାଗି ଶ୍ରୀଲଙ୍କା, ତାଞ୍ଜାନିଆରେ ତାଙ୍କ ଜନ୍ମଦିନକୁ ‘ଜାତୀୟ ଯନ୍ତ୍ରୀ ଦିବସ ଭାବେ ପାଳନ କରାଯାଉଛି ।

Comments are closed.