ମାଛରେ ନାହିଁ ଫର୍ମାଲିନ୍ : ମତ୍ସ୍ୟ ବିଭାଗ ତରଫରୁ ସ୍ପଷ୍ଟ

ମାଛରେ ଫର୍ମାଲିନ୍ ମିଶିବା ନେଇ ଚାରିଆଡେ ଆତଙ୍କ ଖେଳିଯାଇଥିଲା । ଗୋଟିଏ ଚାନ୍ଦି ମାଛରେ ଫର୍ମାଲିନ ଥିବା ଘଟଣାକୁ କେନ୍ଦ୍ର କରି ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରୁ ମାଛର ନମୂନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯାଇ ଗବେଷଣା ଆରମ୍ଭ କରାଯାଇଥିଲା । ଯାହାର ରିପୋର୍ଟ ଆସିବା ପରେ ମାଛରେ ଫର୍ମାଲିନ ମିଶିନାହିଁ ବୋଲି ମତ୍ସ୍ୟ ଓ ପଶୁସଂପଦ ବିଭାଗ ସୂଚନା ଦେଇଛି । ଏହା ସହ ଆଗକୁ ବଜାରକୁ ଯେପରି ଫର୍ମାଲିନ ମିଶା ମାଛ ନଆସେ ସେ ନେଇ ଯାଞ୍ଚ ପ୍ରକ୍ରିୟା ଜାରି ରଖିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟବସାୟୀଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Comments are closed.