ଶ୍ରମିକଙ୍କ ମୃତ୍ୟୁରେ କ୍ଷତିପୂରଣ ଦାବି ନେଇ ଧାରଣା

ଶ୍ରମିକ ବନ୍ଧୁଙ୍କ ମୃତ୍ୟୁରେ ବିଭିନ୍ନ କ୍ଷତିପୂରଣ ଦାବି ନେଇ ଆଜି ଧାରଣାରେ ବସିଛନ୍ତି ଶ୍ରମିକମାନେ । ସୂଚନା ଅନୁସାରେ, ଗତକାଲି ଯାଜପୁର ରୋଡ ମାଲଗୋଦାମଠାରେ ଟ୍ରକ୍ ଧକ୍କାରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିଲା । ଏନେଇ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦାବି କରି ଯାଜପୁର-କେନ୍ଦୁଝର ରୋଡ ନିକଟସ୍ଥ ମାଲଗୋଦାମ ଆଗରେ ଧାରଣାରେ ବସିଛନ୍ତି ଅନେକ ଶ୍ରମିକ । ଏହାଦ୍ୱାରା ଜିନିଷପତ୍ର ଲୋଡିଙ୍ଗ ଓ ଅନଲୋଡିଙ୍ଗ କରିବା କ୍ଷେତ୍ରରେ ସମସ୍ୟା ଉପୁଜୁଛି ।

Comments are closed.