୬ ବର୍ଷର ନାବାଳିକାକୁ ଅପହରଣ ପରେ ରେପ୍: ଅବସ୍ଥା ଶୋଚନୀୟ

ଗତକାଲି ଚେନ୍ନାଇର ଘଟଣା ମନରୁ ନ ଜାଉଣୁ ଦିଲ୍ଲୀରେ ପୁଣୀ ଏକ ନାବାଳିକାକୁ ବଳତ୍କାର ଘଟଣା ସାମନାକୁ ଆସିଛି । ୬ ବର୍ଷିୟା ନାବାଳିକାକୁ ଖେଳୁଥିବା ଅବସ୍ଥାରେ ଅପହରଣ କରି ରେପ୍ କରିଛି ୨୪ ବର୍ଷର ଏକ ଯୁବକ । ଏହି ଅଭିଯୁକ୍ତ ଯୁବକ ଜଣକ ସଦାସର୍ବଦା ଡ୍ରଗ୍ସ ନେଉଥିବାର ଜଣାପଡିଛି । ପୋଲିସଙ୍କ ସୂଚନା ଅନୁସାରେ, ଦିଲ୍ଲୀର ଏହି ନାବାଳିକା ଜଣକ କାଳି ମନ୍ଦିର ପାଖରେ ଖେଳୁଥିବା ସମୟରେ ଅଭିଯୁକ୍ତ ଜଣକ ଅପହରଣ କରିନେଇଥିଲା । ପରିବାର ଲୋକ ଝିଅକୁ ବହୁତ ଖୋଜାଖୋଜି ପରେ ଏକ ପୋଖରୀ ନିକଟରୁ ରକ୍ତ ଜୁଡୁବୁଡୁୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ନାବାଳିକାଙ୍କ ଅବସ୍ଥା ଏବେ ବହୁତ ଗୁରୁତ୍ୱପୂର୍ଣ ଥିବାର ଡାକ୍ତରମାନେ କହିଛନ୍ତି । Delhi Commission For Women (DCW)ର ମୁଖ୍ୟ ସ୍ୱାତୀ ମଲିୱାଲ ହସ୍ପିଟାଲରେ ନାବାଳିକାକୁ ଦେଖା କରିବା ସହିତ ଖୁବ୍ ଶୀଘ୍ର ଦୋଷୀକୁ ଦଣ୍ଡବିଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

Comments are closed.