ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥିକୁ ନେଇ ଏମିତି କହିଲେ ନୀତିଶ

ନୂଆଦିଲ୍ଲୀ:ମେଣ୍ଟ ଭାଙ୍ଗିବା ପରେ ବିଚଳିତ ନୀତିଶ ବିଜେପି ବିରୋଧରେ ବିରୋଧୀଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏକାଠି କରିପାରିବେ ବୋଲି ଆଶା ମଧ୍ୟ ରଖିଛନ୍ତି।ଆଜି ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ନୀତୀଶ କୁମାରଙ୍କୁ ସାମ୍ବାଦିକମାନେ ଏକାଧିକ ପ୍ରଶ୍ନ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କିଏ ପ୍ରାର୍ଥୀ ହେବେ ବୋଲି ପ୍ରଶ୍ନର ଉତ୍ତର ମଧ୍ୟ ନୀତୀଶ କୁମାର ଦେଇଛନ୍ତି।

ସେ କହିଛନ୍ତି, “ ଆମେ ସମସ୍ତେ ମୁଖ୍ୟ ଫ୍ରଣ୍ଟ ଗଠନ କରିବୁ। କୌଣସି ତୃତୀୟ ଫ୍ରଣ୍ଟ ନୁହେଁ। ବିରୋଧୀ ଦଳର ନେତାମାନଙ୍କ ସହ ସକାରାତ୍ମ ଆଲୋଚନା ହୋଇଛି। ୨୦୨୪ ସାଧାରଣ ନିର୍ବାଚନ ଭଲ ହେବ। ଏଯାଏ ଏକତରଫା ପ୍ରତିଦ୍ୱନ୍ଦ୍ୱିତା ହେଉଥିଲା। ଆପଣମାନେ ଦେଖୁଛନ୍ତି ସେମାନେ କ’ଣ ସବୁ କାମ କରୁଛନ୍ତି।

ସେମାନେ କେବଳ ନାଁ ବଦଳାଇବା ଜାଣିଛନ୍ତି। ସେମାନେ କୌଣସି କାମ କରି ନାହାନ୍ତି। ମୋର କୌଣସି ବ୍ୟକ୍ତିଗତ ପସନ୍ଦ ନାହିଁ। ମୋର ଗୋଟିଏ ଇଚ୍ଛା ହେଲା ସମସ୍ତେ ଏକାଠି ବସନ୍ତୁ। ଆମେ ଏକାଠି ବସି ନିଜର ନେତା ବାଛିବୁ। ଏହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ସେକଥା ଜଣାପଡ଼ିବ।”

Comments are closed.