ଜାଣନ୍ତୁ, ସୁସ୍ଥ ରହିବାର ୫ଟି ସୁତ୍ର
ଭୁବନେଶ୍ୱର: ଅସୁସ୍ଥ ହେବା ଆଗରୁ ସାବଧାନ ହେଇଯାଆନ୍ତୁ । କିଛି ସଚେତନତା ଆପଣଙ୍କୁ ସୁସ୍ଥ ରଖିବ । ଦିନସାରା ଯେତିକି କାର୍ଯ୍ୟ କରୁଛେ ସେତିକି ମଧ୍ୟରୁ କେବଳ କିଛି ସମୟ ନିଜ ସ୍ୱାସ୍ଥ୍ୟ ପାଇଁ ଦେଲେ ଆମକୁ ଡ଼ାଙ୍କରଖାନା ଯିବାକୁ ପଡ଼ିବ ନାହିଁ । ତେବେ ଆସନ୍ତୁ ଜାଣିବା ଏଭଳି ପାଞ୍ଚଟି ଟିପ୍ସ ଯାହା ମାନିଲେ ଆପଣ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିପାରିବେ ।
– ଶୋଇଲା ସମୟରେ ସର୍ବଦା ବାମ ପାର୍ଶକୁ କଡେ଼ଇ ହୋଇ ଶୁଅନ୍ତୁ । କାରଣ ଆମ ଶରୀରର ଗଠନ ଅନୁଯାୟୀ ଡ଼ାହାରକୁ କଡେ଼ଇ ଶୋଇବା ଦ୍ୱାରା ଆମ ପେଟରେ ପ୍ରୋବଲେମ ହୋଇଥାଏ । ଯେପରିକି, ଖାଦ୍ୟ ହଜମ ହୁଏ ନାହିଁ, ରକ୍ତସଞ୍ଚାଳନରେ ଅସୁବିଧା ଏହା ସହିତ ଏହା ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଅନ୍ୟପକ୍ଷରେ, ବାମପାଶ୍ୱର୍କୁ କଡେ଼ଇ ଶୋଇବା ଦ୍ୱାରା ଠିକରେ ଡ଼ାଇଜେସନ ହେବା ସହିତ ରକ୍ତସଞ୍ଚାଳନ ମଧ୍ୟ ଠିକ ଭାବରେ ହୋଇଥାଏ ।
– ପାଣି ପିଇବାରେ ଅବହେଳା କରନ୍ତୁ ନାହିଁ । କର୍ମ ବ୍ୟସ୍ତତା ପାଇଁ ଆମେ ସାଧାରଣତଃ ପାଣି ପିଇବାକୁ ସର୍ମଦା ଅବହେଳା କରୁ ବା ଭୁଲିଯାଉ । ଏଭଳି କ୍ଷେତ୍ରରେ ଆମେ ଗ୍ୟାସ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଉ । ପାଣି ସଠିକ ସମୟରେ ନପିଇବା ଦ୍ୱାରା ଆମ ଶରୀରରେ ଜଳୀୟଅଂଶ କମିଯାଇଥାଏ ।
– ସେହିପରି ଚାଲିବା ସ୍ୱାସ୍ଥ୍ୟପକ୍ଷେ ନିହାତି ଆବଶ୍ୟକ । ଡ଼ବ୍ଲୁଏଚଓ ଗାଇଡ଼ଲାଇନ ଅନୁଯାୟୀ, ଦିନକୁ ଆମେ ଆଠ ହଜାର ଷ୍ଟେପ ଚାଲିବା ଆବଶ୍ୟକ । ଯାହା ଆମକୁ ଫିଟ ରଖିବା ସହିତ ଫ୍ରେସ ରଖିଥାଏ ।
– ଆୟୁର୍ବେଦରେ କୁହାଯାଇଛି କୌଣସି ବେମାରର କାରଣ ହେଉଛି ଆମ ପେଟ । ଯଦି ଆମେ ଆମ ପେଟକୁ ହେଲଦି ରଖିପାରିବା ତେବେ ଆମେ ଶରୀର ସୁସ୍ଥ ରହିବ । ଆଉ ପେଟ ଠିକ ରଖିବା ପାଇଁ ଆମେ ଜଙ୍କ ଫୁଡ଼ ଖାଇବା ସହ ସଠିକ ରୂପରେ ଆମ ଖାଦ୍ୟକୁ ହଜମ କରିବା ଆବଶ୍ୟକ । ସେଥିପାଇଁ ଆମେ ଖାଦ୍ୟକୁ ୩୨ ଥର ଚୋବାଇ ଖାଦ୍ୟ ଖାଇବା ଆବଶ୍ୟକ ଯଦ୍ୱାରା ମୁହଁରେ ହିଁ ଖାଦ୍ୟ ୫୦% ହଜମ ହୋଇଯାଇଥାଏ ।
– ହେଲଦି ପରିବେଶ ଦ୍ୱାରା ଆମେ ସୁସ୍ଥ ରହିବା । ଗୋଟିଏ ଅସ୍ୱାସ୍ଥ୍ୟକର ପରିବେଶ ସର୍ବଦା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ତେଣୁ ସୁସ୍ଥ ରହିବା ପାଇଁ ସ୍ୱାସ୍ଥ୍ୟକର ପରିବେଶ ରହିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ମଦ, ବିଡ଼ି, ସିଗାରେଟ, ଅଳସୁଆମୀ, ପାର୍ଟି ଇତ୍ୟାଦି ଆମ ପରିବେଶକୁ ନଷ୍ଟ କରିବା ସହିତ ଶରୀର ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ । ଏକ୍ଷେତ୍ରରେ ଏଠାରୁ ବହୁତ ଦୁରେଇ ରହିବା ଆବଶ୍ୟକ ।
Comments are closed.