ବାରମ୍ବାର ଭାଙ୍ଗୁଛିକି ଆପଣଙ୍କ ନଖ ?
ଭୁବନେଶ୍ୱର: ମହିଳାମାନେ ସାଧାରଣତଃ ନିଜ ନଖକୁ ନେଇ ବିଶେଷ ଧ୍ୟାନ ଦେଇଥାନ୍ତି । ନଖର ସୌନ୍ଦର୍ଯ୍ୟ ପାଇଁ ମହିଳା ମାନେ ବହୁତ ସଚେତନ ହୋଇଥାନ୍ତି । ସୁନ୍ଦରତା ବୃଦ୍ଧିରେ ଏକ ମୁଖ୍ୟ ଭୂମିକା ନେଇଥାଏ ନଖ । ଆଜିକାଲି ନଖକୁ ସଜାଇବା ପାଇଁ ବିଭିନ୍ନ ପ୍ରକାରର ପ୍ରଡ଼କ୍ଟ ମଧ୍ୟ ବଜାରରେ ଉପଲବ୍ଧ । ସମସ୍ତେ ଚାହାନ୍ତି ତାଙ୍କ ନଖ ସୁନ୍ଦର ଓ ମଜବୁତ ଦେଖାଯାଉ । ଏଥିପାଇଁ ଖାସ୍ କରି ଝିଅ ମାନେ ବିଭିନ୍ନ ପ୍ରକାରର ଟ୍ରିଟମେଣ୍ଟ କରିଥାନ୍ତି । କିନ୍ତୁ ଆପଣ ଚାହିଁଲେ ଘରୋଇ ଉପାୟରେ ବି ନଖକୁ ମଜଭୁତ କରିପାରିବେ । ତେବେ ଆସନ୍ତୁ ଜାଣିବା କେମିତି ଆପଣ ନିଜ ନଖକୁ ଘରେ ହି ଷ୍ଟ୍ରଙ୍ଗ୍ ବନାଇବେ ।
ନଖକୁ ମଜଭୁତ କରିବାର ଘରୋଇ ଉପାୟ:
– କିଛି ଲୋକ ନଖକୁ ଦାନ୍ତରେ କାମୁଡିଥାନ୍ତି । ଆପଣ ବି ଯଦି ଏଭଳି କରୁଛନ୍ତି, ତେବେ ଆଉ କରନ୍ତୁନି । କାରଣ ଏମିତି କଲେ ଦେହ ଖରାପ ହେବା ଆଶଙ୍କା ରହିଛି । ଏହା ଦ୍ୱାରା ନଖର ମଇଳା ପେଟକୁ ଚାଲିଯାଏ । ଏଥିସହ ନଖ ବି ଅସୁନ୍ଦର ଦିଶେ ।
– ନଖକୁ ମଜଭୁତ କରିବା ପାଇଁ ନଡିଆ ତେଲ ମାଲିସ କରନ୍ତୁ । ଏହା ଦ୍ୱାରା ନଖ ଷ୍ଟ୍ରଙ୍ଗ୍ ହେବା ସହ ଚମକଦାର ମଧ୍ୟ ବନେ ।
– ଯଦି ନଖକୁ ଫାଇଲ୍ କରୁଛନ୍ତି, ତେବେ ଗୋଟିଏ ଆଡକୁ କରନ୍ତୁ । ଭିନ୍ନ ଦିଗରେ ଫାଇଲ୍ କଲେ ନଖ ଦୁର୍ବଳ ହୋଇଯାଏ ଓ ଭାଙ୍ଗିଯାଏ । ଏଣୁ ସବୁବେଳେ ଗୋଟିଏ ଦିଗରେ ଫାଇଲିଂ କରନ୍ତୁ ।
– ନଖରୁ ନେଲପଲିସ ଛଡାଇବାକୁ ବ୍ଲେଡ଼ ବ୍ୟବହାର କରନ୍ତୁନି କି ଘଷନ୍ତୁ ନାହିଁ । ଏମିତି କରିବା ଦ୍ୱାରା ନଖ ଦୁର୍ବଳ ହୋଇଯାଏ । ଏଣୁ ସବୁବେଳେ ରିମୁଭର ବ୍ୟବହାର କରନ୍ତୁ ।
– ନଖକୁ ମଜଭୁତ କରିବା ପାଇଁ ଡାଏଟରେ କ୍ୟାଲସିୟମ୍ ସାମିଲ କରନ୍ତୁ । ଏଥିସହ ଡାଏଟରେ ସୋୟା, ସାଗୁ, ସବୁଜ ପନିପରିବା, ଫଳ, ଡାଲି, ଜରୁରୀ ପୋଷକ ତତ୍ତ୍ୱ ସାମିଲ କରନ୍ତୁ । ଏହା ଦ୍ୱାରା ନଖ ମଜଭୁତ ହୋଇଥାଏ ।
– ମଝିରେ ମଝିରେ ନଖକୁ ସଫା କରି କାଟନ୍ତୁ । ଏଭଳି କରିବା ଦ୍ୱାରା ନଖ ସୁସ୍ଥ ରହେ ।
Comments are closed.