ଶାହଙ୍କ ଟାର୍ଗେଟରେ ନୀତିଶ ,କହିଲେ ଏମିତି କିଛି

ନୂଆଦିଲ୍ଲୀ: ମେଣ୍ଟ ଭାଙ୍ଗିବା ପାଖରୁ ଆଜିଯାଏଁ ଜେଡିୟୁ ଆଉ ବିଜେପି ମଧ୍ୟରେ ରାଜନୈତିକ ବାକ ଯୁଦ୍ଧ ସରିନି । ଲାଲୁ ପ୍ରସାଦ ଯାଦବଙ୍କ କୋଳରେ ବସିବା ଲାଗି ‘ଜେଡି(ୟୁ)’ ମୁଖ୍ୟ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ‘ବିଜେପି’କୁ ଧୋକା ଦେଇଛନ୍ତି ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

ଦୁଇଦିନିଆ ବିହାର ଗସ୍ତରେ ଯାଇଥିବା ଅମିତ ଶାହ ପୁର୍ଣ୍ଣିଆରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେଇ କହିଛନ୍ତି, ଲାଲୁ ପ୍ରସାଦ ଯାଦବଙ୍କ କୋଳରେ ବସିବା ଲାଗି ନୀତୀଶ କୁମାର ଆମ ସହିତ ବିଶ୍ବାସଘାତକତା କରିଛନ୍ତି। ସୀମାଞ୍ଚଳ ନୀତୀଶ କୁମାରଙ୍କୁ ଠିକଣା ଜବାବ ଦେବେ। ଏଭଳି କରି ନୀତୀଶ କ’ଣ ପ୍ରଧାନମନ୍ତ୍ରୀ ହୋଇପାରିବେ?

‘ଜେଡି(ୟୁ)-ଆର୍‌ଜେଡି’ କହୁଛନ୍ତି ଲଢ଼େଇ କରିବା ଲାଗି ମୁଁ ଏଠାକୁ ଆସିଛି। ମୁଁ ଏଠାକୁ ଲଢ଼େଇର ସୂତ୍ରପାତ କରିବା ପାଇଁ ଆସିନାହିଁ। ସେଥିପାଇଁ ଲାଲୁ ପ୍ରସାଦ ଯାଦବ ଯଥେଷ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛତ୍ରଛାୟାରେ ଆମେ ଚିନ୍ତିତ ହେବା ଅନାବଶ୍ୟକ।

Comments are closed.