ଏନଆଇଏ ଏସପି ଦୁର୍ନୀତି ମାମଲାରେ ନିଲମ୍ବିତ
ନୂଆଦିଲ୍ଲୀ : ଦୁର୍ନୀତି ବିରୋଧରେ ଏକ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୃହ ମନ୍ତ୍ରଣାଳୟ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏସପି ବିଶାଲ ଗର୍ଗଙ୍କୁ ନିଲମ୍ବିତ କରିଛି । ସୂଚନାନୁସାରେ, ମଣିପୁର ସହ ଜଡିତ ଏକ ମାମଲାରେ ଏସପି ବିଶାଲ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପ୍ରମାଣିତ ହେବା ପରେ ମନ୍ତ୍ରଣାଳୟ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏସପି ବିଶାଲ ଗର୍ଗଙ୍କୁ ନିଲମ୍ବିତ କରିଛି । ଏହା ସହିତ ତାଙ୍କ କାର୍ଯ୍ୟାଳୟକୁ ମଧ୍ୟ ସିଲ୍ କରାଯାଇଛି ।
ଏନଆଇଏ ବରିଷ୍ଠ ଅଧିକାରୀଙ୍କ ଘର ଉପରେ ଚଢାଉ କରିଥିଲା ?ଏବଂ ତା’ପରେ ଏନଆଇଏ ମୁଖ୍ୟାଳୟରେ ଥିବା ତାଙ୍କ କାର୍ଯ୍ୟାଳୟକୁ ସିଲ୍ କରାଯାଇଥିଲା । ଏନଆଇଏ ମଧ୍ୟ ଏହି ମାମଲାର ଯାଞ୍ଚ ପାଇଁ ଏକ ଦଳ ଗଠନ କରିଛି ।
Comments are closed.