ନୂଆଗାଁ ବ୍ଲକରେ ନୂତନ ବିଡ଼ିଓ ବିବୁଧ ଗଡ଼ନାୟକଙ୍କ ଯୋଗଦାନ

ନୂଆଗାଁ, ପୁଷ୍ପଲତା ପ୍ରଧାନ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ନୂତନ ବିଡ଼ିଓ ବିବୁଧ ଗଡ଼ନାୟକ ଯୋଗ ଦେଇଛନ୍ତି।ନୂଆଗାଁ ବ୍ଲକ୍ ବିଡ଼ିଓ ଦାୟିତ୍ୱରେ ଥିବା ନୟାଗଡ ବିଡ଼ିଓଙ୍କ ଠାରୁ ନୂତନ ବିଡ଼ିଓ ବିବୁଧ ଗଡ଼ନାୟକ ଦାୟିତ୍ଵ ଗ୍ରହଣ କରିଛନ୍ତି। ପୂର୍ବରୁ ନୂତନ ବିଡ଼ିଓ ଶ୍ରୀ ଗଡ଼ନାୟକ ଧରାକୋଟ ବ୍ଲକ୍ ରେ ବିଡ଼ିଓ ଭାବେ କାର୍ଯ୍ୟକରି ପ୍ରଶଂସନୀୟ ହୋଇଥିଲେ। ନୂଆଗାଁ ବ୍ଲକ୍ ରେ ଯୋଗ ଦେବା ପରେ ଭତ୍ତା, ଇନ୍ଦିରା ଆବାସ, ଭଳି ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ହିତାଧିକାରୀ ଯେପରି ସାମିଲ ହୋଇ ଉପକୃତ ହୋଇ ପାରିବେ ସେ ଉପରେ ଦୃଷ୍ଟି ଦେବେ ବୋଲି ନୂତନ ବିଡ଼ିଓ ବିବୁଧ ଗଡ଼ନାୟକ କହିଛନ୍ତି।

Comments are closed.