ଆନ୍ଧ୍ର ପୋଲିସର ଦାଦାଗିରି

କୋଟିଆ,୧୩ ।୨ : ଓଡିଶାର ସୀମାନ୍ତ କୋରାପୁଟ ‘କୋଟିଆ’ରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ଚାଲିଛି । ନିର୍ବାଚନ ଖବର ସଂଗ୍ରହ ବେଳେ ଦାଦାଗିରି ଦେଖାଉଛି ଆନ୍ଧ୍ର ପୋଲିସ । ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଟକାଇ ଧମକାଇବା ସହିତ ଗିରଫ ଭୟ ଦେଖାଇ ମୋବାଇଲରୁ ଭିଡିଓ ଡିଲିଟ କରିଛି ପୋଲିସ । ଗଜପତି ଗଙ୍ଗାବାଡ ଅଞ୍ଚଳରେ ନିର୍ବାଚନ କରୁଛି ଆନ୍ଧ୍ର । ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଜାରି ରହିବ । ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ମତଦାତାମାନେ ଧାଡିବାନ୍ଧି ଠିଆ ହୋଇଛନ୍ତି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଛି ।

ଅନ୍ୟପଟେ କୋଟିଆରେ ନିର୍ବାଚନ ବନ୍ଦ ରଖିବାକୁ ବିଜୟନଗରମ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ କୋରାପୁଟ ଜିଲ୍ଲାପାଳ । ଚିଠି ଲେଖିବା ସତ୍ତେ୍ୱ କୋଟିଆରେ ଆନ୍ଧ୍ରର ନିର୍ବାଚନ ଅଧିକାରୀ ଓ କର୍ମଚାରୀ ଭୋଟଗ୍ରହଣ ପାଇଁ ତାଲିକା ପକାଶ ସହ ଚିରକୁଟ୍ ବାଣ୍ଟିଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ତେବେ ଓଡିଶା ସୀମାନ୍ତ କୋଟିଆ ଅଞ୍ଚଳକୁ ଦଖଲ କରିବାକୁ ଆନ୍ଧ୍ର ସରକାର ଯୋଜନା ଚଳାଇଛନ୍ତି । ଏନେଇ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବାରମ୍ବାର କୋଟିଆରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ସହ ଲୋକଙ୍କ ସମର୍ଥନ ଯୋଗାଡ କରିବାକୁ ସେଠାରେ ସ୍କୁଲ ନିର୍ମାଣ କରିବା ଓ ଗରିବ ଲୋକଙ୍କୁ ରାସନ କାର୍ଡ ଯୋଗାଇବା ସହ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ବି ପ୍ରଦାନ କରାଯାଉଛି ।

Comments are closed.