ପର୍ସରେ ରଖୁଛନ୍ତି କି ଏହି ଜିନିଷ ? ତେବେ ସାବଧାନ
ଧନ ସମ୍ପତ୍ତି କେବେ କାହା ପାଖରେ ସ୍ଥାୟୀ ହୋଇ ରୁହେନାହିଁ । ଶାସ୍ତ୍ର ଅନୁସାରେ କେତୋଟି ଉପାୟ ରହିଛି ଯାହା ମାଧ୍ୟମରେ ଆମେ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଲାଭ କରି ଧନ ଅର୍ଜନ କରିପାରୁ । ପରନ୍ତୁ ଯଦି ଆପଣ ଏହାର ପାଳନ ନକରିବେ ତେବେ କାଙ୍ଗାଳ ହେବାର ସମ୍ଭାବନା ରହିଛି । ସେହିପରି ପର୍ସରେ କିଛି ଜିନିଷ ଜିନିଷ ରଖିଲେ ଆର୍ଥିକ ସମସ୍ୟା ଲାଗି ରହେ ଓ ତା’ସହିତ ଅନ୍ୟ ପ୍ରକାର ଅଶୁଭ ଫଳ ମଧ୍ୟ ମିଳିଥାଏ । ଆସନ୍ତୁ ଜାଣିବା ଏହି ଜିନିଷ ବିଷୟରେ ….
– ପର୍ସରେ କେବେ ବି କୌଣସି ପ୍ରକାରର ବିଲ୍ ଓ ରସିଦ୍ ରଖନ୍ତୁ ନାହିଁ ।
– କେହି କେହି ପର୍ସରେ ଚାବି ରଖନ୍ତି। ପର୍ସରେ ଚାବି ରଖିବା ଅଶୁଭ ବୋଲି କୁହାଯାଏ । ସେଗୁଡ଼ିକୁ ଟଙ୍କାପଇସା ଠାରୁ ଦୂରରେ ରଖିବା ଉଚିତ ।
-ପର୍ସରେ ଅଶ୍ଳୀଳ ଫଟୋ ଅବା କୌଣସି ଅଶ୍ଳୀଳ ସାମଗ୍ରୀ ରଖନ୍ତୁ ନାହିଁ । ଏଭଳି କଲେ ନକାରାତ୍ମକ ଚିନ୍ତା ବଢ଼େ ।
– ପର୍ସରେ କୌଣସି ମୃତବ୍ୟକ୍ତିଙ୍କ ଫଟୋ ରଖନ୍ତୁ ନାହିଁ । ଏହା ଆଦୌ ଶୁଭ ନୁହେଁ ବୋଲି କୁହାଯାଏ ।
-ପର୍ସରେ ନୋଟ୍ ସହିତ ଲଗାଇ କୌଣସି ଟିକେଟ୍ ରଖନ୍ତୁ ନାହିଁ । ଏହା ଦ୍ୱାରା ବିବାଦ ବଢ଼େ ।
Comments are closed.