ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନାୟକାଣିଡିହି ଥାନା ଏ.ଏସ.ଆଇ

ଭଦ୍ରକ(ନିମାଇଁ ନାୟକ)- ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନାୟକାଣିଡିହି ଥାନା ଏ.ଏସ.ଆଇ | ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ଏ.ଏସ୍‌.ଆଇ କୈଳାସ ଚନ୍ଦ୍ର ଖୁଣ୍ଟିଆ ଶୁକ୍ରବାର ରାତିରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି । ସୂଚନା ଅନୁସାରେ , ଆନ୍ଦୋଳା ଅଞ୍ଚଳର ଏକ ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ବାବୁ ଅଭିଯୋଗକାରୀଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉକ୍ତ ବ୍ୟକ୍ତି ୮ ହଜାର ଟଙ୍କା ଦେଇଥିବା ବେଳେ ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଶୁକ୍ରବାର ରାତି ପ୍ରାୟ ସାଢ଼େ ୭ଟା ବେଳେ ଏ.ଏସ୍‌.ଆଇ ତାଙ୍କଠାରୁ ଅବଶିଷ୍ଟ ୨ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା ।

Comments are closed.