ଜିଲ୍ଲାପାଳଙ୍କ ଅଚାନକ ବାଣପୁର ବ୍ଲକ ଗସ୍ତ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଶ୍ରୀଯୁକ୍ତ ସଂଗ୍ରାମ ମହାପାତ୍ର ଯୋଗଦେବା ପରେ ପ୍ରଥମ ଥର ପାଇଁ ଅଚାନକ ବାଣପୁର ବ୍ଲକ୍ ଗସ୍ତ କରିଛନ୍ତି । ପ୍ରଥମେ ମା ଭାଗବତୀ ମନ୍ଦିର ଉନ୍ନତି କରଣ , ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ସହ ବିଭିନ୍ନ ବିଦ୍ୟାଳୟ ଭୋଟର କେନ୍ଦ୍ର ପରିଦର୍ଶନ,ତହସିଲ କାର୍ଯ୍ୟାଳୟରେ ବହୁଦିନ ଧରି ପଢିଥିବା କାର୍ଯ୍ୟ ତୁରନ୍ତ ସାରିବା, ସାଧାରଣ ଲୋକଙ୍କ କଥା ତୁରନ୍ତ ସମାଧାନ ପାଇଁ ସମସ୍ତ ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଅପରପଟେ କିଛି ଲୋକମାନେ ନିଜ ନିଜର ଅଭିଯୋଗ ପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲାପାଳ ସେହି ଅଭିଯୋଗ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Comments are closed.