ନବୀନଙ୍କୁ ମିଳିଲା ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ସମ୍ମାନଜନକ ଲାଇଫଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ବା ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ନବୀନଙ୍କୁ ଏହି ପୁରସ୍କାର ଦିଆଯାଇଛି।
ସୂଚନା ମୁତାବିକ, ରବିବାର ଦିନ ସାଢ଼େ ୧୧ଟାରେ ନୂଆଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ କାର୍ୟ୍ୟକ୍ରମରେ ନବୀନ ପଟ୍ଟନାୟକଙ୍କ ସମ୍ମାନଜନକ ଲାଇଫଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ସମ୍ମାନ ସମ୍ମାନିତ କରାଯାଇଛି । ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍ଭି ରମନ୍ନା ମୁଖ୍ୟ ଅତିଥି ଭାବେ ବାର୍ଷିକ ବକ୍ତୃତା ପ୍ରଦାନ କରିବା ସହ ନବୀନଙ୍କୁ ସମ୍ମାନିତ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ଜଷ୍ଟିସ୍ ଏକେ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ ।
ନବୀନଙ୍କ ନେତୃତ୍ୱ ଯୋଗୁ ଓଡ଼ିଶା ବିକାଶରେ ପରିବର୍ତ୍ତଶୀଳ (ଟ୍ରାନ୍ସଫର୍ମମେସନ୍) ଯାତ୍ରା ଆରମ୍ଭ ହୋଇଥିଲା । ସରଳ ଜୀବନଶୈଳୀ, ଦୟାଳୁ ଓ ଶାସନରେ ସାଧୁତା ଯୋଗୁ ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିଛନ୍ତି । ନବୀନଙ୍କ ପ୍ରଶାସନିକ ଦକ୍ଷତା ଓ ନେତୃତ୍ୱକୁ ସମ୍ମାନ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରୁ ପୁରସ୍କାର ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ନିବାସ ଆସିବେ । ସେଠାରେ ପ୍ରବାସୀ ଓଡ଼ିଆ ଓ ବିଜେଡି ନେତାମାନେ ତାଙ୍କୁ ସମ୍ବର୍ଦ୍ଧିତ କରିବେ ।
Comments are closed.