ସ୍ତ୍ରୀ’ର କିଡ଼ନୀ ବିକି ଗିରଫ ହେଲା ନୃଶଂସ ସ୍ୱାମୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କିଡନୀ ବିକ୍ରି ଘଟଣାରେ ଆକ୍ସନ । ମାଲକାନଗିରି ଆଦର୍ଶ ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀ ପ୍ରଶାନ୍ତ କୁଣ୍ଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
କୋତାମେଟା ଗାଁର ରଞ୍ଜିତା କୁଣ୍ଡୁ ନାମକ ଜଣେ ବିବାହିତ ମହିଳାଙ୍କ କିଡନି ତାଙ୍କ ସ୍ବାମୀ ବିକ୍ରି କରି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ । ପରେ ଜିଲ୍ଲା ସଦର ଚିକିତ୍ସାଳୟରେ ରଞ୍ଜିତା କୁଣ୍ଡୁଙ୍କୁ ଡାକ୍ତରୀ ପରୀକ୍ଷା କରାଯିବା ସହ ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ ପ୍ରଶାନ୍ତ କୁଣ୍ଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୨୦୧୦ ମସିହାରେ ପ୍ରଶାନ୍ତ ଓ ରଞ୍ଜିତାଙ୍କ ପ୍ରେମ ବିବାହ ହୋଇଥିଲା । ହେଲେ ୨୦୧୮ ମସିହାରେ ରଞ୍ଜିତାଙ୍କ ଚିକିତ୍ସା କରିବା କଥା କହି ସ୍ୱାମୀ ପ୍ରଶାନ୍ତ ତାଙ୍କୁ ନେଇ ଭୁବନେଶ୍ୱର ନେଇ ଏକ ଘରୋଇ ହସ୍ପିଟାଲକୁ ନେଇ ତାଙ୍କର ଗୋଟିଏ କିଡନି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି ।

Comments are closed.