କାଲି ଓଡ଼ିଶା ଆସିବେ ନରେନ୍ଦ୍ର ମୋଦି

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଲି ରାତି ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ। ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜେପି ପକ୍ଷରୁ ମୋଦିଙ୍କୁ ଦିଆଯିବ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ହାଜର ହାଜର ସଂଖ୍ୟାର କର୍ମୀ ବିମାନ ବନ୍ଦର ବାହାରେ ମୋଦିଙ୍କୁ ସ୍ୱାଗତ କରିବେ।

ରାଜଭବନରେ ରାତ୍ରି ଯାପନ କରିବେ ମୋଦି। ୬ ତାରିଖ ସକାଳେ ବ୍ରହ୍ମପୁର ଅଭିମୁଖେ ଯିବେ ପ୍ରଧାନମନ୍ତ୍ରୀ। ପ୍ରଥମେ ବ୍ରହ୍ମପୁରରେ ବିଶାଳ ସମାବେଶରେ ଯୋଗ ଦେବେ ମୋଦି। ଏହାପରେ ନବରଙ୍ଗପୁରରେ ମଧ୍ୟ ବଡ଼ ଜନସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ।

ଓଡ଼ିଶାରେ ନିର୍ବାଚନ ବିଗୁଲ ବାଜିବା ପରେ ପ୍ରଥମ ଥର ପାଇଁ ମୋଦି ପ୍ରଚାର ମଇଦାନ ଓହ୍ଲାଉଛନ୍ତି। ସେ ତାଙ୍କ ଉଦବୋଧନରେ କ’ଣ କହିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି।

 

Comments are closed.