ଆସୁଛି ବର୍ଷା

0

କମି ପାରେ ଦିନର ତାତି। ଲୋକଙ୍କୁ ମିଳିପାରେ ତାତିରୁ ଆଶ୍ୱସ୍ତି। ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ X କରି କୁହାଯାଇଛି- କମିବ ଦିନର ତାତି!! ତାତିରୁ ମିଳିବ ଆଶ୍ୱସ୍ତି!! ଆଗାମୀ ଦୁଇ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ୩ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରାରେ ହ୍ରାସ ଘଟିବା ସମ୍ଭାବନା ରହିଛି।

ସେହିପରି ଅନ୍ୟ ଏକ X ପୋଷ୍ଟରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଗାମୀ ୨୪ ଘଣ୍ଟାରେ ଉପକୂଳ ସମେତ କିଛି ପାଶ୍ୱବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗତକାଲି ୨୬ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିଥିଲା। ୪୪.୬ ଡିଗ୍ରୀ ସହିତ ବୌଦ୍ଧ ପାଲଟିଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ୭ଟି ସହରର ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା। ଟ୍ୱିନ୍ ସିଟି (କଟକ ଓ ଭୁବନେଶ୍ୱର)ରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିଲା।

Leave A Reply

Your email address will not be published.