ବିଜେଡି, ପରେ ବିଜେପି ଏବେ କଂଗ୍ରେସରେ ମିଶିଲେ ଦେବାଶିଷ

0

ପୁଣି ଦଳ ଡେଇଁଲେ ଦେବାଶିଷ ନାୟକ। ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ। ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଡାକ୍ତର ଅଜୟ କୁମାର, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି।

ଫେବ୍ରୁଆରୀ ୨୫ରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଦେବାଶିଷ। ମାତ୍ର ୨ ମାସ ୯ ଦିନ ପରେ ବିଜେପି ଛାଡ଼ି କଂଗ୍ରେସରେ ସେ ସାମିଲ ହୋଇଛନ୍ତି। ବରୀରୁ ବିଜେପି ଟିକେଟ ପାଇବାକୁ ଆଶା ରଖିଥିଲେ ଦେବାଶିଷ। କିନ୍ତୁ ବିଜେପି ତାଙ୍କୁ ବରୀରୁ ଟିକେଟ ନଦେବାରୁ ସେ ଦଳ ଛାଡ଼ି କଂଗ୍ରେସରେ ମିଶିଛନ୍ତି। ତେବେ ଟିକେଟ ନମଳିବାରୁ ବିଜେପି ଛାଡ଼ିଥିବା କଥାକୁ ସେ ଖଣ୍ଡନ କରିଛନ୍ତି।

Leave A Reply

Your email address will not be published.