ଆଜି ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ୪୫ଡ଼ିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ରାଜ୍ୟର ୨୯ସହରରେ ଆଜି ୪୦ଡ଼ିଗ୍ରି କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି। ୪୩ ଡିଗ୍ରୀ ଉପରେ ୮ ସହରର ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବର ଓ କଟକରେ ମଧ୍ୟ ତାପମାତ୍ରା ହ୍ରାସ ପାଇଛି।

ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୪ ଡ଼ିଗ୍ରି ଯାଏଁ ହ୍ରାସ ଘଟିବ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ୨ଦିନ ପରେ ଉପକୂଳରେ ହିଟୱେଭରେ ବ୍ରେକ ଲାଗିପାରେ। ଆସନ୍ତା ୬ ତାରିଖ ପରେ ରାଜ୍ୟରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ ଲାଗିବା ସମ୍ଭାବନା ରହିଛି।

Comments are closed.