୧- ସାବୁନ ଫେଣରେ ଲେମ୍ବୁ ରସ ମିଶାଇ ନଖକୁ ୪ ରୁ ୭ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ । ଏହାପରେ ଥଣ୍ଡା ପାଣିରେ ନଖକୁ ଧୋଇ ତା ପରେ କୋଲ୍ଡ କ୍ରୀମ ଲଗାନ୍ତୁ । ଏପରି କଲେ ନଖର ମଇଳା ସଫା ହୋଇଯିବା ସହ ନଖର ସୈାନ୍ଦର୍ଯ୍ୟ ବୃଦ୍ଧିପାଏ ।

୨- ବେକିଙ୍ଗ ପାଉଡରକୁ ଗରମ ପାଣିରେ ମିଶାଇ ତା ଭିିତରେ ନଖକୁ ବୁଡାଇ ରଖନ୍ତୁ । ଏମିତି କଲେ ଆପଣଙ୍କ ନଖ ସୁନ୍ଦର ହେବା ସହ ନଖରେ ଚମକ ଆସିଯିବ । ଏଇ ଉପାୟରେ କେବଳ ସପ୍ତାହରେ ଥରେ କରିବା  ଦରକାର ।

୩-  ଖାଦ୍ୟରେ କ୍ୟାଲସିୟମର ମାତ୍ରା ଅଧିକ ଥିଲେ ଆପଣ ସୁନ୍ଦର ନଖ ପାଇ ପାରିବେ ।

୪-  ନଖକୁ ଅଧିକ ସୁନ୍ଦର କରିବା ପାଇଁ ନଡିଆ ତେଲ ମସାଜ କରିବା ଜରୁରୀ ।

୫- ନେଲ୍ କଟର ଓ ଫାଇଲର ସାହାଯ୍ୟରେ ନଖ କାଟିବା ଦରକାର । ଏପରି କଲେ ନଖ ଭାଙ୍ଗିବାର ଭୟ ନଥାଏ । ବ୍ଲେଡରେ ନଖ କାଟିଲେ ନଖ ଖରାପ ହେବା ସହ ସଂକ୍ରମଣର ଭୟ ମଧ୍ୟ ଅଧିକ ଥାଏ ।